କନକ ବ୍ୟୁରୋ : ସୁୁଙ୍କି ବିସ୍ଫୋରଣ ପରେ ପୁଣି ଏକ କଲଭର୍ଟ ତଳୁ ବିସ୍ଫୋରକ ଜବତ । ରାୟଗଡା-କଳାହଣ୍ଡି ସୀମାନ୍ତ ବିଜେପୁର ସିଆରପିଏଫ୍ କ୍ୟାମ୍ପ ନିକଟସ୍ଥ ନିୟମଗିରି ଅଂଚଳରୁ ୨୫ କେଜିର ଆଇଇଡି ବୋମା ଜବତ ହୋଇଛି । ସିଆରପିଏଫର ଜବାନ ମାନେ ସ୍ଥାନୀୟ ଡୁଙ୍ଗାବାହାଲ ଜଙ୍ଗଳରେ ସର୍ଚ୍ଚ ଅପରେସନ କରିବା ବେଳେ ଏହି ବୋମା ଉଦ୍ଧାର କରିଛନ୍ତି ।
କଲଭର୍ଟ ତଳେ ବୋମା ଥିବା ଜଣାପଡିବା ପରେ ସନ୍ଧାନୀ କୁକୁର ସହ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଂଚି ବୋମାକୁ ଜବତ କରିଛନ୍ତି । ଗୋଟିଏ ପଟେ ପଂଚାୟତ ନିର୍ବାଚନ ଲାଗି ରହିଥିବା ବେଳେ ଅନ୍ୟପଟେ ମାଓବାଦୀମାନେ କମ୍ବିଂ କରୁଥିବା ଯବାନଙ୍କୁ ଦୃଷ୍ଟିରେ ରଖି ଏଭଳି ବିସ୍ଫୋରକ ଖଂଜିଥିବା ଆଶଙ୍କା କରାଯାଉଛି । ତେବେ ଏନେଇ ସ୍ପଷ୍ଟ ଭାବେ କିଛି କୁହାଯାଇପାରିବ ନାହିଁ ବୋଲି ସିଆରପିଏଫ ପକ୍ଷରୁ କୁହାଯାଇଛି ।
ଦେଖନ୍ତୁ ଏହି ଭିଡିଓ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/Screen-shot-2017-02-10-at-8.04.04-AM.png)