ଜଳପଥ ଦେଇ ଫେରୁଛନ୍ତି ପ୍ରବାସୀ ଓଡିଆ : ଗଂଜାମକୁ ମତ୍ସ୍ୟଜୀବୀଙ୍କ ଜଳଯାତ୍ରା ଖବର ଆସିବା ପରେ ଅସ୍ତରଙ୍ଗ ସମୁଦ୍ରରେ କଡା ପାଟ୍ରୋଲିଂ, ସମୁଦ୍ର ଭିତରେ ୨୪ ଘଂଟା ପଇଁତରା ମାରୁଛି ମେରାଇନ୍ ପୁଲିସ

204

କନକ ବ୍ୟୁରୋ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଓଡିଶାରେ ବି ବର୍ଦ୍ଧିତ ଧାରା ଜାରି ରହିଛି ।ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଲଗାତାର କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଆଉ ଏତିକି ବେଳେ ରାଜ୍ୟର ଚିନ୍ତା ବଢାଉଛନ୍ତି ପ୍ରବାଶୀ ଓଡିଆ । ସଡକପଥ ସିଲ ହେବା ପରେ ଜଳପଥ ଦେଇ ପ୍ରବେଶ କରୁଛନ୍ତି ପଡୋଶୀ ରାଜ୍ୟରେ ରହୁଥିବା ଓଡିଆ । ସମୁଦ୍ର ପଥ ଦେଇ ଚେନ୍ନାଇରୁ ଗଂଜାମ ମତ୍ସ୍ୟଜୀବୀ ଆସିବା ପରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ସାମୁଦ୍ରିକ ଥାନା ପକ୍ଷରୁ ୨୪ ଘଂଟିଆ ପାଟ୍ରୋଲିଂ ।

ଗୁଇନ୍ଦା ସୂଚନା ଓ ପୁରୀ ଏସପିଙ୍କ ନିର୍ଦେଶ କ୍ରମେ ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅଧିକାରୀ ଦିଲ୍ଲୀପ ସ୍ୱାଇଁଙ୍କ ତତ୍ୱାବଧାନରେ ଇଂଟରସେପ୍ଟର ସ୍ପିଡ ବୋଟ୍ ଯୋଗେ ସାମୁଦ୍ରିକ ପାଟ୍ରୋଲିଂ ଜାରି ରହିଛି । ସମୁଦ୍ର ଭିତରେ ୨୪ ଘଂଟା ପଇଁତରା ମାରୁଛି ମେରାଇନ୍ ପୁଲିସ । ମେରାଇନ୍ କର୍ମଚାରୀ ଓ ପୁଲିସ କର୍ମଚାରୀ ମିଳିତ ଭାବେ ଜଳପଥ ଉପରେ ନଜର ରଖିଛନ୍ତି ।