ଗୋଟିଏ ଦିନରେ ସର୍ବାଧିକ ୨୨୫ ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୬ ଓ ସ୍ଥାନୀୟ ଅଞ୍ଚଳରୁ ୨୯ ଜଣ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩କୁ ବୃଦ୍ଧି

8,993

କନକ ବ୍ୟୁରୋ : ରାଜ୍ୟରେ ଆଜି ସର୍ବାଧିକ ୨୨୫ ପଜିଟିଭ୍ ଚିହ୍ନଟ । ରାଜ୍ୟରେ ଗତ ୨୪ ଘଣ୍ଟାରେ  ରେକର୍ଡ଼ ସଂଖ୍ୟକ ପଜିଟିଭ୍ ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟାରେ ପଜିଟିଭ୍ ମାମଲା ଆସିଛି। କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୬ ଓ ସ୍ଥାନୀୟ ଅଞ୍ଚଳରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା କଟକ ଜିଲ୍ଲାରୁ ସର୍ବାଧିକ ୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯ ଜଣ, ପୁରୀରୁ ୧୫ ଜଣ, ଜଗତସିଂହପୁରରୁ ୧୩ ଜଣ, କନ୍ଧମାଳରୁ ୧୫ ଜଣ , ଗଂଜାମରୁ ୨୦ ଜଣ, ବଲାଙ୍ଗୀରରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନୟାଗଡ, ଢେଙ୍କାନାଳରୁ ୭, ଅନୁଗୁଳ, ସୁନ୍ଦରଗଡରୁ ଜଣେ ଲେଖାଁଏ ପଜିଟିଭି ଚିହ୍ନଟ ହୋଇଛନ୍ତି । ମୟୁରଭଂଜରୁ ୯ ଜଣ,କେନ୍ଦ୍ରାପଡାରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭୨୩ରେ ପହଞ୍ଚିଛି ।

ଏବେ ରାଜ୍ୟରେ ମୋଟ୍ ୨୪୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୩୬ ରହିଛି । ଅପରପକ୍ଷରେ କରୋନାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି।