ଏବେ ବି ଆତଙ୍କୀ ଗଢ଼ୁଛି ପଡ଼ୋଶୀ ! ପାକରେ ୨୨ ଆତଙ୍କବାଦୀ କ୍ୟାମ୍ପ ସକ୍ରିୟ, ଦିଆଯାଉଛି ପ୍ରଶିକ୍ଷଣ

102

ପାକିସ୍ତାନରେ ଏବେ ବି ୨୨ଟି ଆତଙ୍କବାଦୀ ଶିବିର ସକ୍ରିୟ ରହିଛି । ସେଥିମଧ୍ୟରୁ ୯ଟି ଶିବିର ହେଉଛି ପୁଲଓ୍ଵାମାରେ ଆକ୍ରମଣ ଘଟାଇଥିବା ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ବୋଲି ଜଣାପଡ଼ିଛି । ଏହି ସମସ୍ତ ଶିବିରକୁ ପାକିସ୍ତାନୀ ସେନା ଗୋଚରରେ ପରିଚାଳନା କରାଯାଉଛି । ସିଧାସଳଖ ଭାବେ କହିବାକୁ ଗଲେ ପାକିସ୍ତାନି ସେନାର ସମର୍ଥନରେ ଏହି ଆତଙ୍କବାଦୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଛି । ଭାରତର ଜଣେ ବରିଷ୍ଠ ଅଧିକାରୀ ୱାସିଂଟନରେ ଏନେଇ ସୂଚନା ଦେଇଛନ୍ତି । ତେବେ ଏନେଇ ପାକିସ୍ତାନକୁ ଚେତାବନୀ ଭାରତ ଚେତାବନୀ ଦେଇଛି । ପାକିସ୍ତାନ ପଟୁ ଆତଙ୍କବାଦୀ ଗତିବିଧିର ସୂଚନା ମିଳିଲେ ଆଉ ଏକ ବାଲାକୋଟ୍ ଷ୍ଟ୍ରାଇକ୍ କରାଯିବ ।

ସୂଚନାଯୋଗ୍ୟ ପୁଲଓ୍ଵାମା ଆକ୍ରମଣ ପରେ ପାକିସ୍ତାନ ସଫେଇ ଦେଇଥିଲା, ତା’ ଦେଶ ମାଟିରେ କୌଣସି ପ୍ରକାର ଆତଙ୍କବାଦୀ ଶିବିର ନାହିଁ । ମାତ୍ର ଏବେ ୨୨ଟି ସକ୍ରିୟ ଆତଙ୍କବାଦୀ ଶିବିର ଥିବା ନେଇ ସୂଚନା ମିଳିବା ପରେ ପାକିସ୍ତାନ ପୁଣି ଥରେ ମିଛୁଆ ପ୍ରମାଣିତ ହୋଇଛି । ଉଲ୍ଲେଖଯୋଗ୍ୟ, ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଗତ ୨୬ ତାରିଖ ମଧ୍ୟ ରାତ୍ରରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀଙ୍କ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଥିଲା । ଏହି ଷ୍ଟ୍ରାଇକ୍ରେ ପ୍ରାୟ ୩୦୦ ଆତଙ୍କବାଦୀ ନିପାତ ହେବା ସୂଚନା ରହିଛି ।