ରାଜ୍ୟରେ ୨୧ ଜିଲ୍ଲାରୁ ଆଉ ୨୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ୧୯୮ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୦ ଲୋକାଲ୍ କେସ୍ ହୋଇଥିବା ସୂଚନା

1,876

କନକ ବ୍ୟୁରୋ : ଆଜି ୨୧ ଜିଲ୍ଲାରୁ ୨୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ।  ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦କୁ ବୃଦ୍ଧି ପାଇଛି ।  ଏମାନଙ୍କ ଭିତରୁ ୨୦ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୯୮ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି । ୨୧୮ ପଜିଟିଭିଙ୍କ ମଧ୍ୟରେ ୭ ଜଣ ଏନଡିଆରଏଫ କର୍ମଚାରୀ ଅଛନ୍ତି । ଅମ୍ପାନର ପୁନରୁଦ୍ଧାର ପାଇଁ ଏମାନେ ପଶ୍ଚିମବଙ୍ଗ ଯାଇଥିଲେ । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗଂଜାମରୁ ସର୍ବାଧିକ ୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରର ୨୯ ଜଣ, ଗଜପତିରୁ ୨୭ ଜଣ, ଭଦ୍ରକରୁ ୨୫ ଜଣ,ସୁନ୍ଦରଗଡରୁ ୧୧ ଜଣ,ପୁରୀରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପିରି ନବରଙ୍ଗପୁର, ଅନୁଗୁଳ, କନ୍ଧମାଳ,ଯାଜପୁର, ବୌଦ୍ଧ,କୋରାପୁଟ ଜଣେ ଲେଖାଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୭ ଜଣ, ମୟୁରଭଂଜରୁ ୯ ଜଣ,ସମ୍ବଲପୁରରୁ ୨ ଜଣ,କେନ୍ଦ୍ରାପଡାରୁ ୬ ଜଣ,ନୂଆପଡାରୁ ୨ ଜଣ,ଝାରସୁଗୁଡାରୁ ୪ ପଜିଟିଭ ଚିହ୍ନଟ ହୋଇଛନ୍ତି  ।

ଏବେ ରାଜ୍ୟରେ ମୋଟ୍ ୪୨୯୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୬୫ ରହିଛି। ଅପରପକ୍ଷରେ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୭ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।