କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନିଜର ମହାନତାର ପରିଚୟ ଦେଇଛନ୍ତି । ନିଜର ଜମାପୁଞ୍ଜିକୁ ଦାନ କରି ପୁଣି ଉଦାହରଣ ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨୧ ଲକ୍ଷ ଜମାପୁଞ୍ଜିକୁ କୁମ୍ଭ ସଫେଇ କର୍ମଚାରୀ କର୍ପସର ପାଣ୍ଠିକୁ ଦାନ କରିଦେଇଛନ୍ତି । ଗତ ମାସରେ ସିଓଲ ଶାନ୍ତି ପୁରସ୍କାରରେ ମିଳିଥିବା ପାଖାପାଖି ଦେଢ଼ କୋଟି ରାଶିକୁ ମଧ୍ୟ ନମାମି ଗଙ୍ଗେ ପାଇଁ ଦାନ କରିଦେଇଛନ୍ତି ମୋଦି ।
ଜଣେ ନିସ୍ୱାର୍ଥପର ରାଜନେତା ତଥା ପ୍ରଧାନମନ୍ତ୍ରୀ ଭାବେ ମୋଦି ବାରମ୍ବାର ପରିଚିୟ ଦେଇଛନ୍ତିା ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ମଧ୍ୟ ନିଜର ଚାକିରି ଓ ଅନ୍ୟ ସମ୍ମାନରୁ ମିଳୁଥିବା ରାଶି ଦାନ କରିଛନ୍ତି । ଗତ ମାସରେ ମୋଦିଙ୍କୁ ଦକ୍ଷିଣ କୋରିଆରେ ପ୍ରତିଷ୍ଠିତ ହୋଇଥିବା ସିଓଲ ଶାନ୍ତି ପୁରସ୍କାରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ସହ ମୋଦିଙ୍କୁ ପାଖାପାଖି ୧.୪୨ କୋଟି ଟଙ୍କା ପୁରସ୍କାର ରାଶି ମିଳିଥିଲା । ତେବେ ସମସ୍ତ ପୁରସ୍କାର ରାଶିକୁ ନମାମୀ ଗଙ୍ଗେ ପାଇଁ ଦାନ କରିଥିଲେ ମୋଦି ।
ପ୍ରଧାନମନ୍ତ୍ରୀ କିଛି ଦିନ ପୂର୍ବରୁ ପ୍ରୟାଗରାଜ କୁମ୍ଭ ମେଳାରେ ସାମିଲ ହୋଇଥିଲେ । ସେ କୁମ୍ଭ ମେଳାରେ କାମ କରୁଥିବା ସଫେଇ କର୍ମଚାରୀଙ୍କୁ ଖୁବ୍ ପ୍ରଂଶଂସା କରିଥିଲେ । ଏବଂ ୫ ଜଣ ସଫେଇ କର୍ମଚାରୀଙ୍କ ପାଦ ମଧ୍ୟ ଧୋଇ ଦେଇଥିଲେ । ଆଉ ସେହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିଲା । ଆଉ ଏଥିପାଇଁ ମୋଦିଙ୍କୁ ବିରୋଧୀଙ୍କ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/narendra-modi.jpg)
/kanak/media/post_attachments/wp-content/uploads/2019/02/modi-news_021919010647-300x222.jpg)
/kanak/media/post_attachments/wp-content/uploads/2019/03/modi-mann-ki-baat-300x167.jpg)