ସଂସଦରେ ଆଗତ ହେଲା ବଜେଟ : କ’ଣ ଶସ୍ତା, କ’ଣ ମହଙ୍ଗା, ପଢ଼ନ୍ତୁ ପୁରା ତାଲିକା . . .

1,477

 କ’ଣ ମହଙ୍ଗା . . .
– ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମ ତମାଖୁ ଜାତୀୟ ଦ୍ରବ୍ୟ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧିି ଘୋଷଣା କରିଛନ୍ତି । ଫଳରେ ଆଗାମୀ ସମୟରେ ତମାଖୁ ଜାତୀୟ ଦ୍ରବ୍ୟ ମହଙ୍ଗା ହୋଇଯିବ ।

– ଆମଦାନୀ ହେଉଥିବା ଫୁଟୱେର ଓ ଫର୍ଣ୍ଣିଚର ଉପରେ କଷ୍ଟମ ଡ୍ୟୁଟି ବଢ଼ାଇ ଦିଆଯାଇଛି ।

– ଚିକିତ୍ସା ଉପକରଣ ଆମଦାନୀ ଉପରେ ମଧ୍ୟ ହେଲ୍ଥ  ସେସ୍ ଲଗାଯାଇଛି । ତେଣୁ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଉପକରଣ କିଣିବାକୁ ଆଗାମୀ ଦିନରେ ଅଧିକ ଖର୍ଚ୍ଚାନ୍ତ ହେବେ ସାଧାରଣ ଜନତା

– ଅନ୍ୟପଟେ ମହଙ୍ଗା ହେବ ସିଲିଂ ଫ୍ୟାନ୍ । ସିଲିଂ ଫ୍ୟାନ୍ ଗୁଡ଼ିକର କଷ୍ଟମ୍ ଡ୍ୟୁଟି ୭.୫ ପ୍ରତିଶତରୁ ବଢ଼ାଇ ୨୦ ପ୍ରତିଶତ କରି ଦିଆଯାଇଛି ।

– ଚୀନାମାଟି ନିର୍ମିତ ବାସନ, ଷ୍ଟିଲ୍, ତମ୍ବା ବାସନ ଆଦିରେ ୨୦ ପ୍ରତିଶତ କଷ୍ଟମ ଡ୍ୟୁଟି ବୃଦ୍ଧି କରାଯାଇଛି ।

– ଏହାସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଖାଦ୍ୟ ପ୍ରକ୍ରିୟାକରଣ ଦ୍ରବ୍ୟ ଉପରେ ମଧ୍ୟରେ କଷ୍ଟମ ଡ୍ୟୁଟି ବୃଦ୍ଧି ଘୋଷଣା କରିଛନ୍ତି । ଏଥିଯୋଗୁଁ ଆମଦାନୀ ହେଉଥିବା ପ୍ୟାକେଟ୍ ଖାଦ୍ୟଦ୍ରବ୍ୟର ଦାମ ବଢ଼ିଯିବ ।

– ଅଟୋପାର୍ଟର ଦାମ ବି ଆଗାମୀ ଦିନରେ ମହଙ୍ଗା ହେବ ।

କ’ଣ ଶସ୍ତା ?

– ଖବରକାଗଜରେ ବ୍ୟବହୃତ କାଗଜ । କଷ୍ଟମ ଡ୍ୟୁଟି ହ୍ରାସ ହୋଇଥିବା ଯୋଗୁଁ ଏହା ଶସ୍ତା ହୋଇଛି ।

– ପୋଷାକ ଓ ପ୍ଲାଷ୍ଟିକ୍ ବୋତଲ ନିର୍ମାଣ ପାଇଁ ବ୍ୟବହୃତ ହେଉଥିବା ଏସିଡ଼ ଉପରେ ଆଣ୍ଟି ଡୋପିଂ ଡ୍ୟୁଟି ଗୁଡ଼ିକ ଶେଷ କରି ଦିଆଯାଇଛି ।ତେଣୁ ଆଗାମୀ ଦିନରେ ଏହି ଜିନିଷ ସବୁ ଶସ୍ତାରେ ଉପଲବ୍ଧ ହେବ ।

– ସୋୟା ବଡି, କେତେକ ଆଲକୋହଲ ଯୁକ୍ତ ଥଣ୍ଡା ପାନୀୟ , ପଶୁଜାତ ଉତ୍ପାଦ ଗୁଡ଼ିକ ମଧ୍ୟ ଶସ୍ତା କରାଯାଇଛି ।

– ବଜେଟ ପରେ ବିଦ୍ୟୁତ ଚାଲିତ କାର ଶସ୍ତା ହୋଇପାରେ ।