୨୦୧୯ ନିର୍ବାଚନୀ ଯୁଦ୍ଧ ଆରମ୍ଭ : ପ୍ରଧାନମନ୍ତ୍ରୀ ମୋଦି,ସୋନିଆ, ରାହୁଲଙ୍କ ସମେତ ବଡ଼ ବଡ଼ ନେତାଙ୍କ ଭିଆଇପି ସିଟରୁ ଭୋଟିଂ କେବେ ?

113

କନକ ବ୍ୟୁରୋ : ନିର୍ବାଚନୀ ବିଗୁଲ ବାଜିସାରିଛି ।  ସମସ୍ତ ରାଜନୈତିକ ଦଳ ନିର୍ବାଚନୀ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୨୦୧୯ ଲୋକସଭା ନିର୍ବାଚନ ପାଇଁ ଔପଚାରିକ ଭାବେ ତାରିଖ ଘୋଷଣା ହୋଇସାରିଛି  । ଦେଶରେ ୫୪୩ ଲୋକସଭା ସିଟ୍ ପାଇଁ ସାତୋଟି ପର୍ଯ୍ୟାୟରେ ମତଦାନ ହେବ । ଏପରିସ୍ଥଳେ ଯେଉଁ ଆସନରୁ ହାଇପ୍ରୋଫାଇଲ ନେତାମାନେ ସାଂସଦ ପହଂଚିଛନ୍ତି, ତା’ଉପରେ ଦେଶବାସୀଙ୍କ ନଜର । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆମେଠି ସିଟ ଓ ସୋନିଆ ଗାନ୍ଧୀଙ୍କ ରାୟବରେଲି ସିଟ୍ ସାମଲି ରହିଛି । ଏହାବ୍ୟତୀତ ଏନସିପିି ଅଧ୍ୟକ୍ଷ ଶରଦ ପାୱାରଙ୍କ ସିଟ୍ ମାଢ଼ାଠାରୁ ଆରମ୍ଭ କରି କର୍ଣ୍ଣାଟକର ବେଲ୍ଲାରୀ ଓ ହାସନ ଲୋକସଭା ସିଟ୍ ଉପରେ ସମସ୍ତଙ୍କ ନଜର ।

ଉତ୍ତରପ୍ରଦେଶରେ ରହିଛି ଦେଶର ସବୁଠାରୁ ଅଧିକ ହାଇପ୍ରୋଫାଇଲ୍ ଲୋକସଭା ସିଟ୍ । ୟୁପିର ବାରାଣାସୀ ଲୋକସଭା ସିଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନିର୍ବାଚନ ଲଢ଼ିବା ପାଇଁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ ସିଟ୍ ବାଣାଣାସୀରେ ସପ୍ତମ ଅର୍ଥାତ ଅନ୍ତିମ ପର୍ଯ୍ୟାୟରେ ମତଦାନ ହେବ । ଦେଶର ହାଇପ୍ରୋଫାଇଲ ଲୋକସଭା ସିଟର ମ୍ୟଡ଼ରୁ ଲକ୍ଷ୍ନୌ ସଂସଦୀୟ କ୍ଷେତ୍ରକୁ ମଧ୍ୟ କୁହାଯାଲ । ଏଠାରୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ସାଂସଦ ଅଛନ୍ତି । ଲକ୍ଷ୍ନୌ ସଂସଦୀୟ ସିଟରୁରେ ପଞ୍ଚମ ପର୍ଯ୍ୟାୟରେ ଅର୍ଥାତ ମେ ୬ ରେ ଭୋଟିଂ ହେବ । ପୂବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କର୍ମଭୂମି ଥିଲା ଲକ୍ଷ୍ନୌ ଲୋକସଭା ସିଟ । ଏହାବ୍ୟତୀତ ଗୋରଖପୁର ଲୋକସଭା ସିଟ ପାଇଁ ସପ୍ତମ ପର୍ଯ୍ୟାୟ ଅର୍ଥାତ ମେ ୧୯ରେ ଭୋଟିଂ ହେବ ।

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସପା ସଂରକ୍ଷକ ମୁଲାୟମ ସିଂ ଯାଦବ ମେନପୁରୀ ଲୋକସଭା ସିଟରୁ ନିର୍ବାଚନ ଲମିବେ । ମେନପୁରୀରୁ ତୃତୀୟ ପର୍ଯ୍ୟାୟରେ ଅର୍ଥାତ ୨୩ ଏପ୍ରିଲରେ ଭୋଟିଂ ହେବ । ଅନ୍ୟପଟେ ସପା ଅଧ୍ୟକ୍ଷ ଅଖିଲେଶ ସିଂ ଯାଦବଙ୍କ ସ୍ତ୍ରୀ ଡିମ୍ପଲ ଯାଦବ ପୁଣି ଥରେ କନୌଜ ସିଟରୁ ନିର୍ବାଚନ ଲଢ଼ିବେ । କନୌଜରେ ଚତୁର୍ଥ ପର୍ଯ୍ୟାୟରେ ଅର୍ଥାତ ୨୯ ଏପ୍ରିଲରେ ମତଦାନ ହେବ । ଏହାବ୍ୟତୀତ ନୋଏଡ଼ା ଓ ଗାଜିଆବାଦ ସିଟର ପ୍ରଥମ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୧୧ରେ ଭୋଟି ହେବ ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚତୁର୍ଥ ଥର ପାଇଁ ଆମେଠି ଲୋକସଭା ସିଟରୁ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଛନ୍ତି । ଆମେଠି ସଂସଦୀୟ ସିଟରେ ପଞ୍ଚମ ପର୍ଯ୍ୟାୟରେ ତଥା ୬ ମେ ରେ ମତଦାନ ହେବ । କୁହାଯାଉଛି ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ବିଜେପିର ସ୍ମୁତି ଇରାନୀ ମଇଦନାକୁ ଓଲ୍ହାଇ ପାରନ୍ତି । ଅନ୍ୟପଟେ ସପା-ବସପା ମେଂଟ ରାହୁଲଙ୍କ ସମର୍ଥନରେ ନିଜର ପ୍ରାର୍ଥୀ ମଇଦାନକୁ ଓଲହାଇବ ବୋଲି ଘୋଷଣା କରିସାରିଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଉପାର ଚେୟାରପର୍ସନ ସୋନିଆ ଗାନ୍ଧୀ ରାୟବରେଲି ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ । ଆମେଠି ସହ ରାୟବରେଲିରେ ମଧ୍ୟ ୬ ମେର ମତଦାନ ହେବ ।

ଏନସିପି ଅଧ୍ୟକ୍ଷ ଶରଦ ପାୱାର ମହାରାଷ୍ଟ୍ରର ସୋଲାପୁରର ମାଢ଼ା ସଂସଦୀୟ ସିଟରୁ ନିର୍ବାଚନ ଲଢ଼ିପାରନ୍ତିି । ଏଠାରେ ତୃତୀୟ ପର୍ଯ୍ୟୟାରେ ଅର୍ଥାତ ୨୩ ଏପ୍ରିଲରେ ମତଦାନ ହେବ । ନାଗପୁର ସଂସଦୀୟ କ୍ଷେତ୍ରରୁ ନ୍ଦ୍ରେମନ୍ତ୍ରୀ ନିତିନ ଗଡ଼କରି ପୁଣି ଥରେ ନିର୍ବାଚନ ମଇଦାନରୁ ଓଲହାଇ ପାରନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ସିଟରୁ ନିର୍ବାଚନ ହେବ । ବିଜେପିର ଦିଗ୍ଗଜ ନେତା ଲାଲକୃ୍ଣ୍ଣ ଆଡ଼ଭାନୀ ଗୁଜରାଟର ଗାନ୍ଧୀନଗର ସିଂସଦୀୟ ସିଟରୁ ନିର୍ବାଚନ ଲଢ଼ନ୍ତି । ତେବେ ଚଳିତ ଥର ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ତାଙ୍କ ଉପରେ ଛାଡ଼ିଛି ଦଳ । ୨୩ ଏପ୍ରିଲରେ ଗାନ୍ଧୀନଗରରେ ଭୋଟିଂ ହେବ । ତେବେ ଗୁଜରାଟର ସମସ୍ତ ୨୬ଟି ସିଟରେ ତୃତୀୟ ପର୍ଯ୍ୟାୟରେ ଅର୍ଥାତ ୨୩ ଅପ୍ରେଲରେ ଭୋଟିଂ ହେବ ।

ମଧ୍ୟପ୍ରଦେଶରେ ମଧ୍ୟ ରହିଛି ଅନେକ ହାଇପ୍ରୋଫାଇଲ ସିଟ୍ ଲୋସଭା ସିଟ୍ । ଛିନ୍ଦୱାଡ଼ା ସିଟ ପାଇଁ ୨୯ ଏପ୍ରିଲରେ ମତଦାନ ହେବ । ଅନ୍ୟପଟେ କଂଗ୍ରେସର ଦିଗ୍ଗଜ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଗୁନା ସଂସଦୀୟ କ୍ଷେତ୍ରରେ ୧୨ ମେରେ ଭୋଟିଂ ହେବ । ଏହି ପର୍ଯ୍ୟାୟରେ ସୁଷମା ସ୍ୱରାଜଙ୍କ ସଂସଦୀୟ ସିଟ ବିଦିଶାରେ ୧୨ ମେରେ ଭୋଟିଂ ହେବ । ଅନ୍ୟପଟେ ଅଧକ୍ଷ୍ୟ ସୁମିତ୍ରା ମହାଜନଙ୍କ ସଂସଦୀୟ ସିଟ ଇନ୍ଦୋର ସିଟର ଶେଷ ପର୍ଯାୟରେ ଅର୍ଥାତ ୧୯ ମେରେ ଭୋଟିଂ ହେବ । ପଂଜାବର ଅମୃତସରରେ ମେ’ ୧୯ରେ ମତଦାନ ହେବ ।

ବିହାରରେ ମଧ୍ୟ ଅନେକ ଭିଆଇପି ସିଟ୍ ରହିଛି । ସାରନ୍, ମଧେପୁରା, ହାଜିପୁର, ଜମୁଇ ସିଟ୍ ସାମିଲ ରହିଛି । ଆରଜେଡ଼ିର ପରମ୍ପରାଗତ ସିଟ ରହିଆସିଛି ସାରନ ସିଟ । ଏଠାରେ ମେ ୬ରେ ମତଦାନ ହେବ । ସେହିପରି ହାଜିପୁରାରେ ୬ମେରେ ଭୋଟିଂ ହେବ । ମଧେପୁରା ସିଟରେ ୨୩ ଏପ୍ରିଲରେ ଏବଂ ପାଟଣା ସାହିବ ସିଟରୁ ୧୯ରେ ଭୋଟିଂ ହେବ ।