କନକ ବ୍ୟୁରୋ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନୁମୋଦିତ ହୋଇଛି ଶ୍ରୀମନ୍ଦିର ପ୍ରଶାସନର ୨୦୧୭-୧୮ ଆର୍ଥିକ ବର୍ଷର ବଜେଟ । ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନର ବଜେଟକୁ ୨୭୬ କୋଟିରୁ ବଢାଇ ୨୯୦ କୋଟି କରାଯାଇଛି । ସେହିପରି ବଜେଟରେ କର୍ପସ ଫଣ୍ଡ ୧୧୮ କୋଟି କରାଯାଇଥିବା ବେଳେ ବିଭିନ୍ନ ପ୍ରକଳ୍ପ, ଉନ୍ନତି କାମ, ସେବାୟତ କଲ୍ୟାଣ ପାଣ୍ଠି ପାଇଁ ବ୍ୟୟ ବରାଦ କରାଯାଇଛି ।
ସେବାୟତଙ୍କୁ ଜଗମୋହନ ମରାମତି ବାବଦରେ କ୍ଷତିପୂରଣ ୪କୋଟି ୯୦ ଲକ୍ଷ ଦିଆ ଯିବାର ବ୍ୟବସ୍ଥା ହୋଇଛି । ଶ୍ରୀଜଗନ୍ନାଥଙ୍କ ଜମି ବାବଦରୁ ୧୧୪ କୋଟି ଟଙ୍କାର ଆୟ ଆସିବାର ଆକଳନ କରାଯାଇଛି । ଚଳିତ ବର୍ଷ ରଥଯାତ୍ରା ପାଇଁ ୩ କୋଟି ୫୩ ଲକ୍ଷ ଟଙ୍କାର ବ୍ୟୟ ବରାଦକୁ ଅନୁମୋଦନ ଦେଇଛି ଶ୍ରୀମନ୍ଦିର ପରିଚାଳନା କମିଟି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-05-08h23m53s653.png)