କନକ ବ୍ୟୁରୋ : ବଜାରରେ ଘୁରି ବୁଲୁଛି ନକଲି ୨ ହଜାର ଟଙ୍କିଆ ନୋଟ । ବରଗଡ ଟାଉନ ଥାନା ଅନ୍ତର୍ଗତ ଷ୍ଟେଟବ୍ୟାଙ୍କ ପିବିବି ଶାଖାରୁ ୧୮ ହଜାର ଟଙ୍କା ଜାଲ ନୋଟ ୩ ଜଣଙ୍କୁ ଅଟକ କରିଛି ପୁଲିସ । ବ୍ୟାଙ୍କରେ ୯ଟି ୨ ହଜାର ଟଙ୍କିଆ ଜାଲ ନୋଟ ମନୋଜ ସାହୁ ନାମକ ଜଣେ ବ୍ୟକ୍ତି ଜମା କରୁଥିବା ବେଳେ ବ୍ୟାଙ୍କ ଅଧିକାରୀ ଜାଣିବାକୁ ପାଇଥିଲେ ।
ଏନେଇ ବ୍ୟାଙ୍କ ମ୍ୟାନେଜର ପୁଲିସକୁ ଖବର ଦେଇଥିଲେ । ପୁଲିସ ଜାଲ ନୋଟ ସହ ୩ ଜଣଙ୍କୁ ଅଟକ ରଖିଛି । କିଛି ଦିନ ତଳେ ବରଗଡ ବ୍ରହ୍ମେଶ୍ୱର ପାଟଣା ବସନ୍ତବିହାର ପାନଦୋକାନରେ ୬ଟି ଜାଲ ୨ହଜାର ଟଙ୍କିଆ ନୋଟ ଦେଇ ଖସିପଳାଉଥିବା ଝାଡଖଣ୍ଡର ଜଣେ ଯୁବକକୁ ପୁଲିସ ଗିରଫ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-15-11h17m14s901.png)