କୋଲକାତା ପରେ ସୁରଟ ଚିନ୍ତା : ଚିହ୍ନଟ ହୋଇଥିବା ସମସ୍ତେ ୨୦ ଆକ୍ରାନ୍ତ ସୁରତରୁ ଫେରିଥିବା ସରକାରଙ୍କ ସୂଚନା, ଏପର୍ଯ୍ୟନ୍ତ ୨୯ ସୁରତ ଫେରନ୍ତା ହେଲେଣି କରୋଜା ପଜିଟିଭ୍ ଚିହ୍ନଟ

552

କନକ ବ୍ୟୁରୋ : ସୁରତ ଫେରନ୍ତାଙ୍କୁ ନେଇ ଚିନ୍ତା । ଚିହ୍ନଟ ହୋଇଥିବା ସମସ୍ତ ୨୦ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସରକାର ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଗଞ୍ଜାମର ୧୬ ପୁରୁଷ ଓ ଜଣେ ମହିଳା ଥିବାବେଳେ ମୟୂରଭଞ୍ଜର ୩ ଜଣ ପୁରୁଷ ବୋଲି ଜଣାପଡିଛି । ସେମାନେ ସୁରତରେ ଫେରିବା ପରେ କ୍ୱାରେଂଟିନରେ ଥିଲେ । ଏପର୍ଯ୍ୟନ୍ତ ୨୯ ଜଣ ସୁରତ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବଭାଗ ସୂଚନା ଦେଇଛି । ଗଞ୍ଜାମରେ ୨୧, ମୟୂରଭଞ୍ଜରେ ୩, ଜଗତସିଂହପୁରରୁ ୪ ଓ କଟକରୁ ଜଣେ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ୧୭ ଜଣ ହୋଇଥିବାବେଳେ ମୟୂରଭଞ୍ଜରୁ ୩ଜଣ ରହିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଛି । ଗଞ୍ଜାମରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଳ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୨୧ରେ ପହଁଚିଛି । ଏଥିସହ ମୟୂରଭଞ୍ଜ ଜିଲ୍ଲାକୁ ଡେଇଁଛି କରୋନା । ପ୍ରଥମ ଥର ପାଇଁ ମୟୂରଭଞ୍ଜରେ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଶହ ଟପି ଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୦୫ରେ ପହଁଚିଛି । ସଂକ୍ରମିତଙ୍କ ମଧ୍ୟରେ ୧୫୪ ଜଣ ପୁରୁଷ ୫୧ ଜଣ ମହିଳା ରହିଛନ୍ତି । ଗତ ୧୧ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ ଦୁଇ ଶହ ଅତିକ୍ରମ କରିଛି । ୧୫ ମାର୍ଚ୍ଚରେ ରାଜ୍ୟର ପ୍ରଥମ କରୋନା ପଜିିଟିଭ୍ ଚିହ୍ନଟ ହୋଇଥିଲେ । ମୟୂରଭଞ୍ଜକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟର ୧୮ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଅନ୍ୟପଟେ ରାଜ୍ୟରେ କରୋନା ନମୁନା ପରୀକ୍ଷା ସଂଖ୍ୟା ୫୦ ହଜାର ଟପି ଯାଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟରେ ୫୦ ହଜାର ୫୧୪ ନମୁନା ପରୀକ୍ଷା କରାଯାଇଛି । ଗତକାଲି ୩ ହଜାର ୬୦ ପରୀକ୍ଷା ହୋଇଛି ।