ଆମେରିକାରେ ସଂକ୍ରମିତ ସଂଖ୍ୟା ୨୦ ଲକ୍ଷ ପାର: ଭାରତ, ବ୍ରାଜିଲ୍‌ରେ ଦ୍ରୁତ ସଂକ୍ରମଣ

ଆମେରିକାରେ ସଂକ୍ରମିତ ସଂଖ୍ୟା ୨୦ ଲକ୍ଷ ପାର: ଭାରତ, ବ୍ରାଜିଲ୍‌ରେ ଦ୍ରୁତ ସଂକ୍ରମଣ

କନକ ବ୍ୟୁରୋ : ବିଶ୍ବରେ କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ଏବେ ପଞ୍ଚମ ସ୍ଥାନରେ ରହିଛି। ଆଉ କିଛି ଦିନ ମଧ୍ୟରେ ଭାରତ ବ୍ରିଟେନ୍‌କୁ ଟପିଯିବ। ୭ ଲକ୍ଷ ମାମଲା ସହ ବ୍ରାଜିଲ୍‌ ଏବେ ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଆମେରିକାରେ ସଂକ୍ରମଣ ମାମଲା ୨୦ ଲକ୍ଷ ଟପିଯାଇଛି। ତେବେ ବିଶ୍ବରେ ସବୁଠୁ ଖରାପ ସ୍ଥିତି ଥିବା ୫ଟି ରାଷ୍ଟ୍ରରୁ ୩ଟି ତଥା ଆମେରିକା, ରୁଷ୍‌ ଏବଂ ବ୍ରିଟେନ୍‌ରେ ସଂକ୍ରମଣ ବୃଦ୍ଧି ହାର ୨ ପ୍ରତିଶତ କମିଥିବା ବେଳେ ଭାରତ ଏବଂ ବ୍ରାଜିଲ୍‌ରେ ସଂକ୍ରମଣ ବୃଦ୍ଧି ହାର ୪ ପ୍ରତିଶତରୁ ଅଧିକ ରହିଛି।

୫ ରାଷ୍ଟ୍ର ଆମେରିକା, ବ୍ରାଜିଲ୍‌, ରୁଷ୍‌, ବ୍ରିଟେନ୍‌ ଏବଂ ଭାରତରେ ସଂକ୍ରମଣ ବୃଦ୍ଧିହାର ବଢ଼ୁଛି ଏବଂ ଭାରତରେ ଏବେ ଦ୍ରୁତ ସଂକ୍ରମଣ ଚାଲିଛି। ଏପ୍ରିଲ ପ୍ରଥମ ସପ୍ତାହରୁ ଭାରତର ସଂକ୍ରମଣ ବୃଦ୍ଧି ହାର ଆମେରିକା ଏବଂ ବ୍ରିଟେନ୍‌ଠାରୁ ଅଧିକ ରହିଛି। ସବୁଠୁ ଚିନ୍ତାଜନକ ହେଉଛି ଅନ୍ୟ ଦେଶ ତୁଳନାରେ ଉଭୟ ଭାରତ ଏବଂ ବ୍ରାଜିଲ୍‌ରେ ଟେଷ୍ଟିଂ ବହୁତ କମ୍‌ ଥିଲେ ମଧ୍ୟ ଏଠାରେ ସଂକ୍ରମଣ ମାମଲା ଅଧିକ ରହିଛି। ରୁଷ୍‌ରେ ପ୍ରତି ୧୦୦୦ ଲୋକଙ୍କ କ୍ଷେତ୍ରରେ ୮୭.୨ ଟେଷ୍ଟ୍‌ ହେଉଥିବାବେଳେ ଭାରତରେ ପ୍ରତି ୧ ହଜାରରେ ‌ଟେଷ୍ଟିଂ ହାର ୩ରୁ ଅଧିକ ରହୁଛି। ତେବେ ଭାରତରେ ଏବେ ଦୈନିକ ଟେଷ୍ଟିଂ ୧ ଲକ୍ଷ ୪୦ ହଜାରରେ ପହଞ୍ଚିଛି ବୋଲି ଆଇସିଏମ୍‌ଆର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe