କନକ ବ୍ୟୁରୋ : ଗୁଣ୍ଡିଚା ମନ୍ଦିରରୁ ଧରାପଡିଲେ ଅଣସେବାୟତ । ମଙ୍ଗଳଆଳତୀ ସମୟରେ ଦୁଇ ଜଣ ଅଣସେବାୟତ ସେବାୟତ ବେଶରେ ପ୍ରବେଶ କରି ଠାକୁରଙ୍କ ଦର୍ଶନ କରୁଥିଲେ । ଏହି ସମୟରେ ସେବାୟତଙ୍କ ହାତରେ ଏମାନେ ଧରାପଡିଛନ୍ତି । ଏହି ଦୁଇ ଅଣସେବାୟତଙ୍କୁ ଧରିବା ପରେ କୁମ୍ଭାରପଡା ଥାନା ପୋଲିସ ହାତରେ ଦିଆଯାଇଛି ।
ପୋଲିସ ଏହି ଦୁଇ ସେବାୟତଙ୍କୁ ଧରିବା ପରେ ପଚରାଉଚରା କରୁଛି । ତେବେ ଚଳିତ ବର୍ଷ କରୋନା କଟକଣା କାରଣରୁ ରଥ ଯାତ୍ରାରେ ବାହାର ଶ୍ରଦ୍ଧାଳୁଙ୍କ ପାଇଁ ପୁରା କଟକଣା ରହିଛି । ଏବେ ଗୁଣ୍ଡିଚାମନ୍ଦିର ସମ୍ମୁଖ ଅଂଚଳ ବ୍ୟାରିକେଡ୍ ବି ହୋଇଛି । ପୋଲିସର କଡା ପହରା ସତ୍ୱେ ଗୁଣ୍ଡିଚା ମନ୍ଦିର ଭିତରକୁ କିପରି ଏହି ଅଣସେବାୟତ ପ୍ରବେଶ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/13-26.jpg)