କରୋନାରେ ଆଉ ଦୁଇ ଜଣ ମୃତ । ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨୩ରେ ପହଞ୍ଚିଲା । ମୃତକ ଦୁଇଜଣ ଗଞ୍ଜାମ ଜିଲ୍ଲାର । ବୟସ ଯଥାକ୍ରମେ ୪୮, ୫୨ ବର୍ଷ ।

771

କନକ ବ୍ୟୁରୋ : ରାଜ୍ୟରେ କରୋନାରେ ଆଉ ଦୁଇ ଜଣ ମୃତ । ଆଜି ରାଜ୍ୟରେ ୨୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ ଲୋକ ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଆଜି ସର୍ବାଧିକ ୯୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହି ଜିଲ୍ଲାରୁ ହିଁ ୨ ଜଣ ପ୍ରାଣ ହରାଇଛନ୍ତି ।ଦୁଇ ଜଣଙ୍କର ମୃତ୍ୟୁ ପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଲା । ଉଭୟଙ୍କର ବୟସ ୪୮ ବର୍ଷ ଓ ୫୨ ବର୍ଷ ବୋଲି ଜଣାପଡ଼ିଛି । ଏହାସହ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି ।

ସେପଟେ ଆଜି ରାଜ୍ୟରେ ଆଜି ନୂଆ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧୪ ଜଣ ସଂଗରୋଧ କେନ୍ଦ୍ରରୁ ଓ ୩୧ ଜଣ ସ୍ଥାନୀୟ ଅଂଚଳର । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୬ ହଜାର ୮୫୯ରେ ପହଚିଂଛି । ଗଂଜାମରୁ ସର୍ବାଧିକ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୮ ଜଣ,ଯାଜପୁରରୁ ୪୦ ଜଣ,ବରଗଡରୁ ୧୦ ଜଣ, କେନ୍ଦ୍ରାପଡାରୁ ୮ ଜଣ, ନବରଙ୍ଗପୁରରୁ ୭ ଜଣ,ସୁନ୍ଦରଗଡରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡା,ରାୟଗଡା,ସୋନୁପୁରରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଓ ଭଦ୍ରକରୁ ୨ ଜଣ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି ।