କରୋନାରେ ଆଉ ୨ ଜଣଙ୍କ ମୃତ୍ୟୁ । ଗଞ୍ଜାମ ଓ ଯାଜପୁରରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ କରୋନା ମୃତ୍ୟୁସଂଖ୍ୟା ୩୮ରେ ପହଞ୍ଚିଲା ।

527

କନକ ବ୍ୟୁରୋ : ସଂକ୍ରମଣ ବଢ଼ୁଛି, ମୃତକଙ୍କ ସଂଖ୍ୟା ବି ବଢ଼ୁଛି । କରୋନା ମହାମାରୀରେ ରାଜ୍ୟରେ ଆଉ ଦୁଇ ଜଣ ମୃତ । ଗୋଟିଏ ଦିନରେ  ନୂଆ୪୫୬ ଜଣ କରୋନା ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା ନେଇଛି ଦୁଇଟି ମୁଣ୍ଡ । ଆଜି ଗଞ୍ଜାମ ଓ ଯାଜପୁରରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ଗଞ୍ଜାମରେ ୭୭ ବର୍ଷୀୟ ମୃତକ ଉଚ୍ଚରକ୍ତଚାପରେ ପୀଡ଼ିତ ଥିବାବେଳେ ଯାଜପୁରର ୬୪ ବର୍ଷୀୟ ମୃତକ ଡାଇବେସଟ୍ ପୀଡ଼ିତ ଥିଲେ  । କୋଭିଡ଼୍ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଏହି ଦୁଇ ଜଣ ପ୍ରାଣ ହରାଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  । ଫଳରେ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଲା ।

ସେପଟେ ଆଜି ରାଜ୍ୟରେ ୪୫୬  ନୂଆ ଆ୍ରକାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୦୯ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୪୭ ହେଉଛନ୍ତି ସ୍ଥାନୀୟ ଅଂଚଳର । ୪୫୬  ନୂଆ ଆ୍ରକାନ୍ତଙ୍କ ମଧ୍ୟରୁ  ଗଂଜାମରୁ ସର୍ବାଧିକ ୧୬୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାୟଗଡାରୁ ୧୩ ଜଣ, ପୁରୀରୁ ୩ଜଣ, ନୟାଗଡରୁ ୪ ଜଣ,ନବରଙ୍ଗପୁରରୁ ୨୪ ଜଣ,ମୟୁରଭଂଜରୁ  ୮ ଜଣ, କୋରାପୁଟରୁ ୧୦ ଜଣ, ଖୋର୍ଦ୍ଧାରୁ ୨୧ ଜଣଳ କେନ୍ଦୁଝରରୁ ୨ ଜଣ, କେନ୍ଦ୍ରାପଡାରୁ ୫ ଜଣ,କନ୍ଧମାଳରୁ ୩ ଜଣ,ଯାଜପୁରରୁ ୫୭ ଜଣ, ଜଗତସିଂହପୁରରୁ ୨୩ ଜଣ, ବରଗଡରୁ ୩୩ ଜଣ,ବାଲେଶ୍ୱରରୁ ୧୪, ଭଦ୍ରକରୁ୧୨, କଟକରୁ ୧୩, ବଲାଙ୍ଗୀରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।

ସେହିପରି ଅନୁଗୁଳ, ଢେଙ୍କାନାଳ,ଗଜପତି,କଳାହାଣ୍ଡିରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୫୨୬ରେ ପହଚିଂଛି । ଏଯାଏ ୬ ହଜାର ୨୨୪ ଜଣ ସୁସ୍ଥ ହୋଇ ଥିବା ବେଳେ  ୩ ହଜାର ୨୫୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।