ଓଡିଶାରେ କରୋନାରେ ଆଉ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ । ମୋଟ୍ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି । ମୃତକ ଦୁଇ ଜଣ ଗଞ୍ଜାମ ଜିଲ୍ଲାର

Advertisment
ଓଡିଶାରେ କରୋନାରେ ଆଉ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ । ମୋଟ୍ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ।  ମୃତକ ଦୁଇ ଜଣ ଗଞ୍ଜାମ ଜିଲ୍ଲାର

କନକ ବ୍ୟୁରୋ : ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ମୃତ । ଗୋଟିଏ ଦିନରେ ସର୍ବାଧିକ  ୫୬୧ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଉ ଦୁଇ ଜଣ ଭାଇରସ୍ ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତକ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ବୋଲି  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ୬୬ବର୍ଷର ଜଣେ ପୁରୁଷ ହୋଇଥିବା ବେଳେ ଅନ୍ୟ ଜଣେ ୪୦ ବର୍ଷର ପୁରୁଷ  । ଏମାନଙ୍କ ଭିତରୁ ସଂକ୍ରମିତ ଜଣେ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଓ ଆର ଜଣକ ମଧୁମେହ ରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି। ସେଥିରୁ କେବଳ ଗଞ୍ଜାମ ଜିଲ୍ଲରେ ଏବେସୁଦ୍ଧା ୧୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କ ବୟସ ୫୦ରୁ କମ୍ ରହିଛି। କାହିଁକି ଗଞ୍ଜାମ ଜିଲ୍ଲାରେ ୬୦ବର୍ଷରୁ କମ୍ ରୋଗୀ ଅଧିକ ସଂଖ୍ୟାରେ ପ୍ରାଣ ହରାଉଛନ୍ତି ତାହା ଏବେ ଲୋକଙ୍କୁ ଆନ୍ଦୋଳିତ କରିବାକୁ ଆରମ୍ଭ କରିଛି।

ସେପଟେ ଆଜି ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୬୧ ନୂଆ କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ  ସଂଗରୋଧ କେନ୍ଦ୍ରରୁ ୪୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୩୬ ଜଣ ସ୍ଥାନୀୟ ଲୋକ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୨୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୮୧, ରାୟଗଡା ୭୬, ଖୋର୍ଦ୍ଧାରୁ ୨୬, ମୟୂରଭଞ୍ଜରୁ ୧୦, ସମ୍ବଲପୁରରୁ ୮, ଜଗତସିଂହପୁରରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ ଆକ୍ରାନ୍ତ ସଂଖ୍ୟା ୮ ହଜାର ୧୦୬ରେ ପହଁଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫ ହଜାର ୫୦୨ ସୁସ୍ଥ ହୋଇଥିବାବେଳେ ୨ ହଜାର ୫୬୭ ସକ୍ରିୟ ରୋଗୀ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe