ରାଜଧାନୀ ଉପକଣ୍ଠ ବନମାଳୀପୁରରେ ଅଘଟଣ : ବାଣ ବିସ୍ଫୋରଣରେ ସ୍ୱାମୀ ସ୍ତ୍ରୀ ମୃତ 

Advertisment
ରାଜଧାନୀ ଉପକଣ୍ଠ ବନମାଳୀପୁରରେ ଅଘଟଣ : ବାଣ ବିସ୍ଫୋରଣରେ ସ୍ୱାମୀ ସ୍ତ୍ରୀ ମୃତ 

କନକ ବ୍ୟୁରୋ : ବାଣ ଭିଡିବା ବେଳେ ବିସ୍ଫୋରଣ । ଦୀପାବଳୀ ପୂର୍ବରୁ ଭୁବନେଶ୍ୱର ବାଲିଅନ୍ତା ଥାନା ଅନ୍ତର୍ଗତ ବନାମାଳୀପୁରରେ ଅଘଟଣ ଘଟିଛି । ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି ।  ମୃତକ ୨ ଜଣ ସ୍ୱାମୀ , ସ୍ତ୍ରୀ ବୋଲି ଜଣାପଡିଛି ।  ଏହା ସହିତ କେତେଜଣଙ୍କୁ ଗୁରୁତର ଅବସ୍ଥାରେ ଅଠାନ୍ତର ମେଡିକାଲରେ ଭର୍ତ୍ତି କରାଯାଇଛି । ନିଆଁ ଲିଭାଇବକୁ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଚିଂଛି । ବାଣ ବିସ୍ଫୋରଣରେ ନିଆଁ ଲାଗି ଯାଇଥିିବାରୁ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ ପାଇଁ ଉଦ୍ୟମ ଚଳାଇଛନ୍ତି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଶରୀରରୁ ହାତଗୋଡ଼ ମୁଣ୍ଡ ଛିଡ଼ି ୫୦ ଫୁଟ ଦୂରରେ ପଡ଼ିଥିବା ଦେଖିବାକୁ ମିଳିଛି । ସେହିପରି ଏହି ବିସ୍ଫୋରଣରେ ପଡୋଶୀଙ୍କ ୩ ବଖରା ଘରର ଛାତ ମଧ୍ୟ ଉଡ଼ିଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

publive-image

ମିଳିଥିବା ସୂଚନା ଅନୁଯାୟୀ, ଜ୍ଞାନେନ୍ଦ୍ର ମିଶ୍ର (୪୦ ବର୍ଷ) ଓ ତାଙ୍କ ପତ୍ନୀ ଝୁନି ମିଶ୍ର(୩୫ ବର୍ଷ)ଙ୍କର ବାଣ ବିସ୍ଫୋରଣରେ ମୃତ୍ୟୁ ଘଟିଛି। ଉଭୟ ସ୍ୱାମୀସ୍ତ୍ରୀ ଘର ଭିତରକୁ ଯିବା ମାତ୍ରେ ବିସ୍ଫୋରଣ ଘଟିଥିବାରୁ ସମ୍ଭବତଃ ଯେଉଁ ଘରେ ବାଣ ମହଜୁଦ ରଖାଯାଇଥିଲା ,ସେହି ଘରେ ସର୍ଟ ସର୍କିଟ ହେବାରୁ ଏହି ବିସ୍ଫୋରଣ ଘଟିଛି। ସୌଭାଗକୁ ମୃତ ଦମ୍ପତ୍ତିଙ୍କ ଦୁଇ ପୁଅ ସ୍କୁଲ ଯାଇଥିବାରୁ ଏହି ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଏହି ବିସ୍ଫୋରଣରେ ପଡୋଶୀ ଜିତେନ୍ଦ୍ର ମିଶ୍ରଙ୍କ ୩ ବଖରା କୋଠା ଘରର ଛାଡ଼ ଉଡିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe