ସୁସ୍ଥ ହେଲେ ଆଉ ୧୭ ଜଣ : ସୁନ୍ଦରଗଡରୁ ୭, ଖୋର୍ଦ୍ଧାରୁ ୫, ଭଦ୍ରକରୁ ୩ ଓ ବାଲେଶ୍ୱରରୁ ୨ ଜଣ ଆକ୍ରାନ୍ତ ସୁସ୍ଥ

1,071

କନକ ବ୍ୟୁରୋ : ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ୧୭ଜଣଙ୍କ ମଧ୍ୟରୁ ସୁନ୍ଦରଗଡର ୭ଜଣ, ଖୋର୍ଦ୍ଧାର ୫ଜଣ , ଭଦ୍ରକର ୩ଜଣ ଏବଂ ବାଲେଶ୍ୱରର ୨ ଜଣ । ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୮୫ଜଣ ସୁସ୍ଥ ହୋଇଛନ୍ତି । ଏବଂ ଏବେ ସୁଦ୍ଧା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୨୦ ଥିବାବେଳେ ୩ ଜଣ ପ୍ରାଣ ହରାଇଛନ୍ତି ।

ସେପଟେ ରାଜ୍ୟରେ ଆଜି ସକାଳୁ ଆଉ ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ପଜିଟିଭକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ରେ ପହଂଚିଛି । ତେବେ ସେମାନଙ୍କ ମଧ୍ୟରୁ ୧୮୭ ଜଣ ସୁରତ ଫେରନ୍ତା । ତେବେ ଆଜି ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ଗଂଜାମରେ ୧୨ ଜଣ, ସୁନ୍ଦଗଡର ଓ କେନ୍ଦ୍ରାପଡାରେ ଜଣେ ଲେଖାଏଁ ଆକ୍ରାନ୍ତ । ଆଜିର ୧୨ ଆକ୍ରାନ୍ତଙ୍କୁ ମିଶାଇ ଗଂଜାମରେ ଏଯାଏଁ ମୋଟ ୧୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଂଚିଥିବା ବେଳେ କେନ୍ଦ୍ରାପଡାରେ ସଂକ୍ରମିତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।