କନକ ବ୍ୟୁରୋ : ରାଜ୍ୟରେ ଆଜି ୧୬୯୯ କରୋନା ପଜିଟିଭ୍ ଚିହ୍ନଟ । ମୋଟ୍ ୨୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୦୭୩ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆଜି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୭୧୭ରେ ପହଞ୍ଚିଲା । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୨୨୦, ସୁନ୍ଦରଗଡ଼ରୁ ୧୭୮, କଟକରୁ ୧୦୫, ସମ୍ବଲପୁରରୁ ୧୦୧, ବରଗଡ଼ରୁ ୮୧, କନ୍ଧମାଳରୁ ୭୪, ମାଲକାନଗିରିରୁ ୭୨, ପୁରୀରୁ ୬୭, ଭଦ୍ରକରୁ ୬୬, ଗଜପତିରୁ ୫୯, କେନ୍ଦୁଝରରୁ ୫୬, ଯାଜପୁର ଓ କୋରାପୁଟରୁ ୪୧ ଲେଖାଏଁ, କଳାହାଣ୍ଡିରୁ ୩୦, କେନ୍ଦ୍ରାପଡ଼ା ଓ ଢେଙ୍କାନାଳରୁ ୨୭ ଲେଖାଏଁ, ନୟାଗଡ଼ରୁ ୨୫, ମୟୂରଭଞ୍ଜରୁ ୨୪, ବଲାଙ୍ଗୀରରୁ ୨୧, ରାୟଗଡ଼ାରୁ ୧୯, ଅନୁଗୁଳ ଓ ବାଲେଶ୍ବରରୁ ୧୭ ଜଣ ଲେଖାଏଁ , ସୋନପୁରରୁ ୧୦, ଜଗତସିଂହପୁରରୁ୧୬, ନବରଙ୍ଗପୁର ଜିଲ୍ଲାରୁ ୧୬ ବୌଦ୍ଧରୁ ୮, ନୂଆପଡ଼ା ଜିଲ୍ଲାରୁ ୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୨୫୭୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୭୦୦ ରହିଛି।