ରାଜ୍ୟରେ ଉପରମୁହାଁ କରୋନା ମିଟର । ୨୪ ଘଣ୍ଟାରେ ଆଉ ୧୬୪୩ ଭାଇରସ୍ ଆକ୍ରାନ୍ତ । ଗଞ୍ଜାମ ଓ ଖୋର୍ଦ୍ଧାରେ ୨୭୪ ଲେଖାଁଏ ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧରୁ ୧୦୧୮ ଓ ସ୍ଥାନୀୟ ଅଞ୍ଚଳରୁ ୬୨୫ ।

Advertisment
ରାଜ୍ୟରେ ଉପରମୁହାଁ କରୋନା ମିଟର । ୨୪ ଘଣ୍ଟାରେ ଆଉ ୧୬୪୩ ଭାଇରସ୍ ଆକ୍ରାନ୍ତ । ଗଞ୍ଜାମ ଓ ଖୋର୍ଦ୍ଧାରେ ୨୭୪ ଲେଖାଁଏ ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧରୁ ୧୦୧୮ ଓ ସ୍ଥାନୀୟ ଅଞ୍ଚଳରୁ ୬୨୫ ।

କନକ ବ୍ୟୁରା : ରାଜ୍ୟରେ ଉପରମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍ ୧୬ ଶହ ୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧ ହଜାର ୧୮ ଜଣ ଏବଂ ସ୍ଥାନୀୟ ଅଂଚଳରୁ ୬୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ଗତ ୨୪ ଘଂଟାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହିତ ମୋଟ୍ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି ହୋଇଛି । ଆଜି ମୋଟ୍ ୨୮ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୬୪୩ ଆକ୍ରାନ୍ତ ।

ଆଜି ଗଂଜାମ ଏବଂ ଖୋର୍ଧା ଜିଲ୍ଲାରୁ ୨୭୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ୧୬, ବାଲେଶ୍ୱର ୭୩, ବରଗଡ ୭, ଭଦ୍ରକ ୨, ବଲାଙ୍ଗୀର ୪୩, ବୌଦ୍ଧ ୭, କଟକ ୯୮, ଢେଙ୍କାନାଳ ୩୬, ଗଜପତି ୩୫, ଜଗତସିଂହପୁର ୨୧, ଯାଜପୁର ୩୬, ଝାରସୁଗୁଡା ୨, କଳାହାଣ୍ଡି ୩୦, କନ୍ଧମାଳ ୫୨, କେନ୍ଦ୍ରାପଡା ୧୪, କେନ୍ଦୁଝର ୩ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟ ୫୦ ମାଲକାନଗିରି ୨୭, ମୟୂରଭଞ୍ଜ ୩୯, ନବରଙ୍ଗପୁର ୫, ନୟାଗଡ ୪୦, ନୂଆପଡା ୧, ପୁରୀ ୯୨, ରାୟଗଡା ୧୩୬, ସମ୍ବଲପୁର ୧୧୨, ସୁନ୍ଦରଗଡ ୧୧୮ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe