ରାଜ୍ୟରେ ନୂଆ ରେକର୍ଡ଼ । ଗୋଟିଏ ଦିନରେ ସର୍ବାଧିକ ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦ୍ରାପଡା ଜିଲ୍ଲାରୁ ସର୍ବାଧିକ ୫୦ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୫୩, ସ୍ଥାନୀୟ ଅଞ୍ଚଳରୁ ୩ ଜଣ ଚିହ୍ନଟ ।

Advertisment
ରାଜ୍ୟରେ ନୂଆ ରେକର୍ଡ଼ । ଗୋଟିଏ ଦିନରେ ସର୍ବାଧିକ ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦ୍ରାପଡା ଜିଲ୍ଲାରୁ ସର୍ବାଧିକ ୫୦ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୫୩, ସ୍ଥାନୀୟ ଅଞ୍ଚଳରୁ ୩ ଜଣ ଚିହ୍ନଟ ।

କନକ ବ୍ୟୁରୋ : ରାଜ୍ୟରେ ଆଜି ସର୍ବାଧିକ ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ୧୨୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୫୬ ରୋଗୀ ଚିହ୍ନଟ ହେବା ରାଜ୍ୟ ପାଇଁ ଚିନ୍ତାର ବିଷୟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି । ମୋଟ୍ ୧୯ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ନୂଆ ଆକ୍ରାନ୍ତ କୋଭିଡ଼୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ରାଜ୍ୟରେ ଦିନକୁ ଦିନ ରାଜ୍ୟରେ କରୋନା ଭୂତାଣୁ ମାମଲା ବଢ଼ି ବଢ଼ି ଚାଲିଛି । ଦେଶରେ କରେନା କଟକଣା କୋହଳ ହେଉଥିବା ବେଳେ ରାଜ୍ୟରେ ବଢ଼ୁଛନ୍ତି ସଂକ୍ରମିତ ।  କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୫୩ ଜଣ ଓ ସ୍ଥାନୀୟ ବାସିନ୍ଦା ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  କେନ୍ଦ୍ରାପଡା ଜିଲ୍ଲାରୁ ସର୍ବାଧିକ ୫୦ ନୂଆ ଆକ୍ରାନ୍ତ ଚିହ୍ନଟ ।

ଆଜି ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୭, ଯାଜପୁରରୁ ୧୧, ଖୋର୍ଦ୍ଧାରୁ ୩, କେନ୍ଦ୍ରାପଡାରୁ୫୦, କଟକରୁ୨୦, ଜଗତସିଂହପୁରରୁ ୧୪, ଭଦ୍ରକରୁ ୭, ବଲାଙ୍ଗୀରରୁ ୨, ନୟାଗଡରୁ ୩, ସୁନ୍ଦରଗଡରୁ ୩, ବୌଦ୍ଧରୁ ୧, ନୂଆପଡାରୁ ୩, ମୟୂରଭଞ୍ଜରୁ ୩, କେନ୍ଦୁଝରରୁ ୧, କନ୍ଧମାଳରୁ ୯, ମାଲକାନଗିରିରୁ ୧, ସମ୍ବଲପୁରରୁ ୨, ବରଗଡରୁ ୩, ସୋନପୁରରୁ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୬୯ରେ ପହଞ୍ଚିଛି। ତେବେ ୧୧୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଅପରପକ୍ଷରେ ୭ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe