ରାଜ୍ୟରେ ଆଉ ୧୪୬ ଜଣ କରୋନା ପଜିଟିଭ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପିଲା । ଆକ୍ରାନ୍ତଙ୍କ ମଧ୍ୟରେ ଓଡ୍ରାଫ ଓ ଏନଡିଆରଏଫର ୬୧ ଜଣ । ସମସ୍ତ ୬୧ ଜଣ ଆକ୍ରାନ୍ତ କୋଲକାତା ଫେରନ୍ତା ।

Advertisment
ରାଜ୍ୟରେ ଆଉ ୧୪୬ ଜଣ କରୋନା ପଜିଟିଭ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପିଲା । ଆକ୍ରାନ୍ତଙ୍କ ମଧ୍ୟରେ ଓଡ୍ରାଫ ଓ ଏନଡିଆରଏଫର ୬୧ ଜଣ । ସମସ୍ତ ୬୧ ଜଣ ଆକ୍ରାନ୍ତ କୋଲକାତା ଫେରନ୍ତା ।

କନକ ବ୍ୟୁରୋ : ଦିନକୁ ଦିନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ୧୭ଟି ଜିଲ୍ଲାରୁ ୧୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର କରିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ୧୯, ଗଞ୍ଜାମରୁ ୧୮,ଜଗତସିଂହପୁରରୁ ୮, କଟକରୁ ୨, କେନ୍ଦୁଝରରୁ ୨, ମାଲକାନଗିରିରୁ ୧, ନୟାଗଡରୁ ୩, ଯାଜପୁରରୁ ୧, ମୟୂରଭଞ୍ଜରୁ ୩, ଢେଙ୍କାନାଳରୁ ୧, କଳାହାଣ୍ଡିରୁ ୨, କନ୍ଧମାଳରୁ ୨, ଦେବଗଡରୁ ୫,ବଲାଙ୍ଗୀରରୁ ୧, ସୁନ୍ଦରଗଡରୁ ୭, କେନ୍ଦ୍ରାପଡାରୁ ୨, ବାଲେଶ୍ୱରରୁ ୭ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଆଉ ୧୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରେ ଓଡ୍ରାଫ ଓ ଏନଡିଆରଏଫର ୬୧ ଜଣ ଥିବା ସୂଚନା ମିଳିଛି । ଆଉ ସମସ୍ତ ୬୧ ଜଣ ଆକ୍ରାନ୍ତ କୋଲକାତା ଫେରନ୍ତା ।

ତେବେ ସବୁଠାରୁ ଚିନ୍ତାର ବିଷୟ ହେଲା ମାତ୍ର ୯ ଦିନରେ ୧୧୯୨ ରୋଗୀ ଚିହ୍ନଟ ହୋଇଛନ୍ତି । ରୋଗୀଙ୍କ ସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ହେଲେ କିଛି ଦିନ ଲଗାତାର ଓଡ଼ିଶାର କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ କିଭଳି ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇପାରିବ ତାହା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ଆଉ ଏକ ବଡ଼ ଚିନ୍ତାର ବିଷୟ ହେଲା ମେ ୨୫ରୁ ଏବେ ସୁଦ୍ଧା ରାଜ୍ୟରେ ୧୪୭ ଟି ଲୋକାଲ କେସ୍ ବାହାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe