କରୋନା ପାଇଁ କାକଟପୁର ମା ମଙ୍ଗଳାଙ୍କ ମନ୍ଦିରରେ ୧୪୪ ଧାରା : କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ. . . .ଚାଲିବ ନୀତିକାନ୍ତି, ଯାଇପାରିବେନି ଭକ୍ତ

389

କନକ ବ୍ୟୁରୋ : କରୋନା ପାଇଁ ପୁରୀ ଜିଲ୍ଲାର କାକଟପୁର ମା ମଙ୍ଗଳା ମନ୍ଦିରରେ ଲାଗିଲା କଟକଣା । ମନ୍ଦିରରେ ଜାରି ହେଲା ୧୪୪ । ଭକ୍ତମାନଙ୍କ ମନ୍ଦିର ପ୍ରବେଶ ଉପରେ ଜାରି ହୋଇଛି କଟକଣା । ମନ୍ଦିରରେ ହୋଇପାରିବନି ବିବାହ, ବ୍ରତ, ଭୋଜି ପରି ସାମାଜିକ କାର୍ଯ୍ୟକ୍ରମ ଗୁଡିକ ଉପରେ ରୋକ୍ ଲାଗିଛି । ଜିଲ୍ଲା ପ୍ରଶାସନ ଏହି କଟକଣା ଜାରି କରିଛି । ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ନଜରରେ ରଖି ଏପରି ପଦ କ୍ଷେପ ଗ୍ରହଣ କରାଯାଇଛି । ସେହିପରି କାକଟପୁରର ୪ଟି ସାପ୍ତାହିକ ହାଟ ଉପରେ ବି ଲାଗିଛି କଟକଣା ।

ସେପଟେ ରାଜ୍ୟରେ କରୋନା ମୁକାବିଲା ନେଇ ଏକ ଟେକ୍ନିକାଲ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏହି କମିଟି କରୋନାକୁ କିପରି ମୁକାବିଲା କରାଯିବ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ କରିବା ବା ପରାମର୍ଶ ଦେବ । ମାରାତ୍ମକ ଭୂତାଣୁ ନେଇ ଲୋକଙ୍କୁ କିପରି ଅଧିକ ସଚେତନ କରାଯାଇ ପାରିବ ସେ ନେଇ ଏହି ଟିମ୍ ଅଧିକ ଫୋକସ ରଖିବ । ଏନେଇ ଘୋଷଣା ସହିତ ଲୋକଙ୍କୁ କରୋନାକୁ ନେଇ ଅଧିକ ସଜାଗ ହେବାକୁ ପଡିବ ବୋଲି କୁହାଯାଇଛି । ଆତଙ୍କିତ ହେବାର କିଛି ନାହିଁ । ରାଜ୍ୟ ସରକାର କରୋନା ମୁକାବିଲା ନେଇ ଆବଶ୍ୟକ ପଦ କ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଛି ଟେକନିକାଲ ଟିମ୍ ।