ଗଜପତିରୁ ଉଠିଲା ୧୪୪ ଧାରା : ହେଲେ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ଜାରି ରହିବ କଟକଣା, ଯାଜପୁରରେ ବି କୋହଳ ହେଲା ୧୪୪ ଧାରା

406

କନକ ବ୍ୟୁରୋ : କରୋନା ପାଇଁ ଗଜପତି ଜିଲ୍ଲାରେ ଜାରି କରାଯାଇଥିବା ୧୪୪ ଧାରାକୁ ଉଠାଇଦିଆଯାଇଛି । ହେଲେ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୁପ କଟକଣା ଜାରି ରହିବ ।  କିନ୍ତୁ ସାମାଜିକ ମିଳାମିଶା ଉପରେ କଟକଣା ଲଗାଇ ସର୍ବସାଧାରଣ ସ୍ଥାନରେ ସମସ୍ତଙ୍କୁ ପରସ୍ପରଠାରୁ ଏକ ମିଟର ଦୂରତା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଲୋକେ ଆତଙ୍କିତ ନହେବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ଯାଜପୁରରେ ୧୪୪ ଧାରା କୋହଳ କରାଯାଇଥିବା ବେଳେ ବିରଜା ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । କିନ୍ତୁ ଏପ୍ରିଲ ୧୫ ଯାଏ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । କିନ୍ତୁ ମନ୍ଦିରରେ ପୂର୍ବପରି ମାଙ୍କର ସମସ୍ତ ନୀତିକାନ୍ତି କରାଯିବ । ଯେଉଁ ସେବାୟତଙ୍କ ପାଳିଥିବା ସେହିଦିନ ସେମାନେ ମନ୍ଦିରକୁ ଆସିବେ ।

ଆଜି ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ମନ୍ଦିର ସେବାୟତଙ୍କ ସହ ଆଲୋଚନା କରି ଏପରି ଘୋଷଣା କରିଛନ୍ତି । ଜିଲ୍ଲାରେ ୧୪୪ ଧାରାକୁ କୋହାଳ କରାଯାଇଥିବା ବେଳେ ୨୧ ତାରିଖରେ ହେବାକୁ ଥିବା ବାରୁଣୀ ମେଳା ଓ ବୁଡ ସ୍ଥାନ ଓ ଏହାର ଆଖପାଖ ଅଂଚଳରେ ୧୪୪ ବଳବତର ରହିଛି । କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।