ରାଜ୍ୟରେ ଆଜି ୧୪୧ କରୋନା ପଜିଟିଭ୍ । ୧୮ ଜିଲ୍ଲାରୁ ସମସ୍ତ ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୧୦ ଜଣ ଓ ୩୧ଜଣ ସ୍ଥାନୀୟ ସଂକ୍ରମିତ

2,202

କନକ ବ୍ୟୁରୋ : ରାଜ୍ୟରେ ଆଜି ୧୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟକ ୧୫୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଚିହ୍ନଟ ହୋଇଛନ୍ତି ୧୪୧ ଜଣ କରୋନା ଆକ୍ରାନ୍ତ । ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟାରେ ଦୃତ ବୃଦ୍ଧି ଘଟି ଘଟିବା ସହ ଆଜି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୨୨୪୫ରେ ପହଞ୍ଚିଲା କରୋନା ରୋଗୀଙ୍କ ସଂଖ୍ୟା  ।

ଗତ ୨୪ ଘଣ୍ଟାରେ ୧୮ ଜିଲ୍ଲାରୁ ୧୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ରୁ ୨୭, ଯାଜପୁର ରୁ ୧୦, ଖୋର୍ଦ୍ଧା ରୁ ୨୬, ବାଲେଶ୍ୱର ରୁ ୨ , କେନ୍ଦ୍ରାପଡ଼ା ରୁ ୧୩, କଟକ ରୁ ୬, ପୁରୀ ରୁ ୫, ବଲାଙ୍ଗୀର ରୁ ୭, ଜଗତସିଂହପୁର ରୁ ୪, ନୟାଗଡ଼ ରୁ ୧. ସୁନ୍ଦରଗଡ଼ ରୁ ୮, ନୂଆପଡ଼ା ରୁ ୧, ଗଜପତି ରୁ ୪, କେନ୍ଦୁଝର ରୁ ୪ , ମୟୁରଭଞ୍ଜ ରୁ ୧, ଅନୁଗୁଳ ରୁ୧,ଢେଙ୍କାନାଳ ରୁ ୨, ସମ୍ବଲପୁର ରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ୩୧ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୧୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି ।

Comments are closed.