ଆଉ ୧୪୦ କରୋନା ଆକ୍ରାନ୍ତ ସୁସ୍ଥ । କଟକରୁ ସର୍ବାଧିକ ୨୪ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୧୩୩ରେ ପହଞ୍ଚିଲା

999

କନକ ବ୍ୟୁରୋ : ସୁସ୍ଥ ହେଲେ ଆଉ ୧୪୦ ଆକ୍ରାନ୍ତ । ରାଜ୍ୟରେ ଆଜି ଆଉ ୧୪୦ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । । କଟକରୁ ସର୍ବାଧିକ ୨୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଗଂଜାମରୁ ୨୨ଜଣ, ନୂଆପଡାରୁ ୨୧ଜଣ, ଯାଜପୁରରୁ ୧୧ଜଣ, ଖୋର୍ଦ୍ଧା ଓ ଜଗତସିଂହପୁରରୁ ୧୧ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୮ଜଣ, ଭଦ୍ରକ ଓ ବଲାଙ୍ଗୀରରୁ ୭ଜଣ ଲେଖାଏଁ, ଢେଙ୍କାନାଳରୁ ୫ଜଣ, ବରଗଡ, କେନ୍ଦ୍ରାପଡା ଓ ସମ୍ବଲପୁରରୁ ୩ଜଣ ଲେଖାଏଁ ଏବଂ ବାଲେଶ୍ୱର ଓ ପୁରୀରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେପଟେ ରାଜ୍ୟରେ ଦ୍ରୁତଗତରେ ବଢୁଛି କରୋନା ସଂକ୍ରମଣ । ରାଜ୍ୟରେ ପ୍ରଥମ ଆକ୍ରାନ୍ତରୁ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପହଂଚିବା ପାଇଁ ୬୪ ଦିନ ଲାଗିଥିଲା । ସେହିପରି ଦ୍ୱିତୀୟ ହଜାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପାଇଁ ୧୨ ଦିନ ସମୟ ଲାଗିଲା । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ତୃତୀୟ ହଜାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପାଇଁ ଲାଗିଲା ମାତ୍ର ୮ ଦିନ । ଏବେ ପ୍ରାୟ ପ୍ରତିଦିନ ବଢୁଛି ୧୦୦ ଉପରେ ପଜିଟିଭଙ୍କ ସଂଖ୍ୟା ।