୨୬ଟି ଜିଲ୍ଲାରୁ ୧୩୮୪ ନୂଆ ପଜିଟିଭ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୮୭୩, ସ୍ଥାନୀୟ ଅଞ୍ଚଳରୁ ୫୧୧ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬, ୨୯୭ରେ ପହଞ୍ଚିଲା ।

Advertisment
ଆଜି ପୁଣି ୧୩୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ସଙ୍ଗରୋଧରୁ ୮୮୯, ସ୍ଥାନୀୟ ଅଞ୍ଚଳରୁ ୪୯୫; ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୭ ହଜାର ୬୮୧କୁ ବୃଦ୍ଧି

କନକ ବ୍ୟୁରୋ : ରାଜ୍ୟରେ ଆଉ  ୧୩୮୪ କରୋନା ପଜିଟିଭ୍ ଚିହ୍ନଟ । ମୋଟ୍ ୨୬ଟି ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୭୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚରୁ ୫୧୧ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୬, ୨୯୭ରେ ପହଞ୍ଚିଲା । ସେପଟେ ରାଜ୍ୟରେ କରୋନା ନେଲା ଆଉ ୧୦ ଜୀବନ । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୦୭ରେ ପହଞ୍ଚିଲା । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ‌, ଖୋର୍ଦ୍ଧା ଜିଲ୍ଲାରୁ ୨୧୧, କୋରାପୁଟ ଜିଲ୍ଲାରୁ ୯୭, ସମ୍ବଲପୁର ଜିଲ୍ଲାରୁ ୯୩ , କଟକ ଜିଲ୍ଲାରୁ ୮୯, ବାଲେଶ୍ବର ଜିଲ୍ଲାରୁ ୭୯, ଗଜପତି ଜିଲ୍ଲାରୁ ୬୧, ବଲାଙ୍ଗିର ଜିଲ୍ଲାରୁ ୫,୧ ସୁନ୍ଦରଗଡ଼ ଜିଲ୍ଲାରୁ  ୪୬, ମାଲକାନଗିରି ଜିଲ୍ଲାରୁ ୩୯, ରାୟଗଡ଼ା ଜିଲ୍ଲାରୁ ୩୮, ବରଗଡ଼ ଜିଲ୍ଲାରୁ ୩୩, ମୟୂରଭଞ୍ଜ ଜିଲ୍ଲାରୁ ୨୯, ନବରଙ୍ଗପୁର ଜିଲ୍ଲାରୁ ୨୬, ଭଦ୍ରକ ଜିଲ୍ଲାରୁ ୨୫, ଜଗତସିଂହପୁର ଓ ନୟାଗଡ଼ରୁ ୨୨ଜଣ ଲେଖାଏଁ, ଯାଜପୁର ଜିଲ୍ଲାରୁ ୧୮, ପୁରୀ ଜିଲ୍ଲାରୁ ୧୭, ଅନୁଗୁଳ ଜିଲ୍ଲାରୁ ୧୩, କେନ୍ଦ୍ରାପଡ଼ା  ଓ ଢେଙ୍କାନାଳ ଜିଲ୍ଲାରୁ ୧୧ଜଣ ଲେଖାଏଁ, ଝାରସୁଗୁଡ଼ା ଜିଲ୍ଲାରୁ ୭, ସୁବର୍ଣ୍ଣପୁର ଜିଲ୍ଲାରୁ ୬, ନୂଆପଡ଼ା ଜିଲ୍ଲାରୁ ୫, କଳାହାଣ୍ଡି ଜିଲ୍ଲାରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ୍ ୨୧,୯୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୦୯୫ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe