ରାଜ୍ୟରେ ଆଉ ୧୩୪୧ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୮୧୮ ଓ ସ୍ଥାନୀୟ ସଂକ୍ରମଣ ୫୨୩ ମାମଲା । ଗଞ୍ଜାମ, ଖୋର୍ଦ୍ଧାରେ ୨ ଶହ ଉପରେ ଆକ୍ରାନ୍ତ ।

1,186

କନକ ବ୍ୟୁରୋ : ରାଜ୍ୟର ୨୯ ଜିଲ୍ଲାରୁ ୧୩ ଶହ ୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୮୧୮ ଓ ସ୍ଥାନୀୟ ସଂକ୍ରମିତ ୫୨୩ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଗଂଜାମରୁ ସର୍ବାଧିକ ୨୨୭ ଜଣ ଓ ଖୋର୍ଦ୍ଧାରୁ ୨୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ସୁନ୍ଦରଗଡରୁ ୯୧. ଭଦ୍ରକ ୮୩, କଟକରୁ ୭୬, ରାୟଗାଡରୁ ୭୫, ଝାରସୁଗୁଡାରୁ ୬୭, ନୟାଗଡରୁ ୫୭, ବରଗଡରୁ ୫୬ଜଣ ବାଲେଶ୍ୱରରୁ ୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । କୋରାପୁଟରୁ ୪୫, ସମ୍ବଲପୁରରୁ ୨୬, କଳାହାଣ୍ଡିରୁ ୨୫, କେନ୍ଦୁଝରରୁ ୨୩ ଜଣ, ଗଜପତିରୁ ୨୦, ମାଲକାନଗିରି ୧୭, ଜଗତସିଂହପୁର ଓ ପୁରୀରୁ ୧୬ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

୧୩୪୧ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୪୮୭୯୬ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୫୪୨୭ ଥିବାବେଳେ ୩୩୦୨୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୩୬ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬୯୨୩୦୧ଟି କରୋନା ପରୀକ୍ଷା କରାଯାଇଛି ।