କନକ ବ୍ୟୁରୋ : ରାଜ୍ୟର ୨୯ ଜିଲ୍ଲାରୁ ୧୩ ଶହ ୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୮୧୮ ଓ ସ୍ଥାନୀୟ ସଂକ୍ରମିତ ୫୨୩ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଗଂଜାମରୁ ସର୍ବାଧିକ ୨୨୭ ଜଣ ଓ ଖୋର୍ଦ୍ଧାରୁ ୨୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ସୁନ୍ଦରଗଡରୁ ୯୧. ଭଦ୍ରକ ୮୩, କଟକରୁ ୭୬, ରାୟଗାଡରୁ ୭୫, ଝାରସୁଗୁଡାରୁ ୬୭, ନୟାଗଡରୁ ୫୭, ବରଗଡରୁ ୫୬ଜଣ ବାଲେଶ୍ୱରରୁ ୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୪୫, ସମ୍ବଲପୁରରୁ ୨୬, କଳାହାଣ୍ଡିରୁ ୨୫, କେନ୍ଦୁଝରରୁ ୨୩ ଜଣ, ଗଜପତିରୁ ୨୦, ମାଲକାନଗିରି ୧୭, ଜଗତସିଂହପୁର ଓ ପୁରୀରୁ ୧୬ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
୧୩୪୧ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୪୮୭୯୬ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୫୪୨୭ ଥିବାବେଳେ ୩୩୦୨୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୩୬ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬୯୨୩୦୧ଟି କରୋନା ପରୀକ୍ଷା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/15-13.jpg)