ଭୁବନେଶ୍ୱରରେ ଆଜି ଠାରୁ ମାସ୍ ଟେଷ୍ଟିଙ୍ଗରେ ୧୩ଟି ଟିମ୍ : ପ୍ରତ୍ୟକ ଦିନ ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା, ସକାଳ ୮ ରୁ ୧୧ ଏବଂ ଅପରାହ୍ନ ୪ରୁ ୬ଟା ଯାଏଁ ହେବ ନମୁନା ସଂଗ୍ରହ

Advertisment
ଭୁବନେଶ୍ୱରରେ ଆଜି ଠାରୁ ମାସ୍ ଟେଷ୍ଟିଙ୍ଗରେ ୧୩ଟି ଟିମ୍ : ପ୍ରତ୍ୟକ ଦିନ ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା, ସକାଳ ୮ ରୁ ୧୧ ଏବଂ ଅପରାହ୍ନ ୪ରୁ ୬ଟା ଯାଏଁ  ହେବ ନମୁନା ସଂଗ୍ରହ

କନକ ବ୍ୟୁରୋ : ଭୁବନେଶ୍ୱରରେ ମାସ୍ ଟେଷ୍ଟିଂ କରିବା ନେଇ ଘୋଷଣାର ଦିନକ ପରେ ଏହି ଦିଗରେ ପ୍ରକ୍ରିୟା ଆରମ୍ଭ କରିଛି ବିଏମସି । କରୋନା ସନ୍ଦିଗ୍ଧଙ୍କ ନମୂନା ପରୀକ୍ଷା ପାଇଁ ବିଏମସି ପକ୍ଷରୁ ୩ଟି ଜୋନ ବିଏମସି ନର୍ଥ ଜୋନ୍, ସାଉଥ ଜୋନ୍ ଏବଂ ସାଉଥ ଇଷ୍ଟ ଜୋନ୍ରେ ସାମ୍ପଲ ସଂଗ୍ରହ ଆରମ୍ଭ ହୋଇଛି । ଏଥିପାଇଁ କାମ କରୁଛନ୍ତି ୧୩ ଟି ଟିମ । ପ୍ରତ୍ୟକ ଟେଷ୍ଟିଂ ୟୁନିଟରେ ୩ ଜଣ ସଦସ୍ୟ ରହିଛନ୍ତି । ଜଣେ ଡାକ୍ତର, ଜଣେ ଶିକ୍ଷକ ଏବଂ ଜଣେ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି ଏହି ଟିମରେ । ଟିମରେ ଥିବା ଶିକ୍ଷକ ଜଣକ ଡକୁମେଂଟ ଫିଲ୍ ଅପ୍ କରୁଛନ୍ତି । ମୋଟ୍ ଉପରେ ଆଜି ବିଏମସିରେ ୧୩ଟି ଟିମ୍ କାମ କରୁଛନ୍ତି । ଏମାନେ ପ୍ରତ୍ୟେକ ଦିନ ୨ଟି ସିଫ୍ଟରେ କାମ କରିବେ । ଦିନ ୮ଟାରୁ ୧୧ଟା ଓ ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ଯାଏଁ ନମୂନା ସଂଗ୍ରହ କରାଯିବ । ଏନେଇ ବିଏମସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୁବନେଶ୍ବରରେ ଆସନ୍ତା ୭ ଦିନ ମଧ୍ୟରେ କେବଳ ୫୦୦୦ ଲୋକଙ୍କର ସ୍ବାବ୍ ଟେଷ୍ଟ ହେବ। କରୋନା କ୍ଷେତ୍ରରେ ସବୁଠାରୁ ସମ୍ବେଦନଶୀଳ ବୋଲି ବିବେଚନା କରାଯାଉଥିବା ବ୍ୟକ୍ତିଙ୍କୁ ସରକାର ଚିହ୍ନଟ କରି ସେମାନେ କୋଭିଡ୍-୧୯ ପଜିଟିଭ୍ ଅଛି କି ନାହିଁ, ତାହା ଜାଣିବାକୁ ଚେଷ୍ଟା କରିବେ । ଅଧିକାଂଶ କରୋନା ସଂକ୍ରମିତଙ୍କର କୌଣସି ଲକ୍ଷଣ ପ୍ରକାଶ ପାଉନଥିବା କାରଣରୁ କାଳେ ସମସ୍ତଙ୍କ ଅଲକ୍ଷ୍ୟରେ ଆଉ କେଉଁଠାରେ କରୋନା ପଜିଟିଭ୍ ରହିଥିବ, ହଠାତ୍ ଏହା ପୁଣି ବ୍ୟାପକ ରୂପ ନେଇପାରେ।  ଏମିତି ଆଶଙ୍କା କରି ସରକାର ସପ୍ତାହବ୍ୟାପି ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି । । ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଲୁଚି ରହିଥିବା ସଂକ୍ରମିତଙ୍କୁ ସାମ୍ନାକୁ ଆଣିବା ଓ ସଂପୃକ୍ତ ବ୍ୟକ୍ତି ଅନ୍ୟକୁ ସଂକ୍ରମିତ କରିବା ପୂର୍ବରୁ ତାଙ୍କୁ ଠାବ କରିବା ।

କାହାର ନମୁନା ପରୀକ୍ଷା ହେବ ? 

  • ଦେଶ, ରାଜ୍ୟ ବାହାରୁ ଆସିଥିଲେ
  • କରୋନା ଲକ୍ଷଣ ରହିଥିଲେ
  • ସଂକ୍ରମିତଙ୍କ ସହ ପ୍ରତ୍ୟକ୍ଷ ସଂପର୍କ
  • କୋଭିଡ୍ ହସ୍ପିଟାଲର ସ୍ବାସ୍ଥ୍ୟ କର୍ମୀ
  • ଫ୍ଲୁ ଭଳି ଆକ୍ରାନ୍ତ ଲକ୍ଷଣ ଥିଲେ
  • ସାହି ବସ୍ତିରେ ରହୁଥିବା ବ୍ୟକ୍ତିବିଶେଷ
  • ସ୍ୱାସ୍ଥ୍ୟକର୍ମୀ, ପୁଲିସ ଓ ଜରୁରୀ ସେବାରେ ଥିଲେ
  • ୬୦ଓ ୬୦ରୁ ଅଧିକ ବୟସ୍କ ବ୍ୟକ୍ତି
  • ଡାଇବେଟିସ୍ ଓ ଉଚ୍ଚରକ୍ତଚାପ ରୋଗୀ
  • ଯେ କୌଣସି ସାଧାରଣଲୋକ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe