ପୋଲରୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଯାଉଥିଲେ ଯୁବକ ! ଜୀବନ ବଂଚାଇବା ପାଇଁ ଏକ ସଙ୍ଗେ ଲାଇନରେ ଆସିଗଲେ ୧୩ଟି ଟ୍ରକ୍

30

ଜୀବନର ମହତ୍ୱ ଅନେକ । ଆଉ ମଣିଷ ଜୀବନ ସର୍ବଶ୍ରେଷ୍ଠ । ଭାରତରେ ଧର୍ମଗୁରୁମାନେ କହନ୍ତି ୮୪ ଥର ଜନ୍ମହେବା ପରେ ମଣିଷ ଜନ୍ମ ମିଳେ । ତେବେ ଏକଥାରେ କେତେ ସତ୍ୟତା ରହିଛି, ତାହା ସେମାନଙ୍କୁ ହିଁ ଜଣା । ତଥାପି ମଣିଷ ଜୀବନ ବହୁତ ମୂଲ୍ୟବାନ । ତେବେ କେହି ଯଦି ଅକାରଣରେ ଆତ୍ମହତ୍ୟା କରିବା ପାଇଁ ଚାହେଁ, ତେବେ ତାଙ୍କୁ ଏପରି କରିବାରୁ ନିବୃତ୍ତ ରହିବା ଦରକାର । ଆଜି ଆମେ ଏପରି ଏକ ମାମଲା ବିଷୟରେ ଆଲୋଚନା କରିବା ।

ସୂଚନା ଅନୁସାରେ ମିଶିଗନରେ ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ଯାଉଥିଲେ । ଆଉ ତାଙ୍କୁ ବଂଚାଇବା ପାଇ ପୋଲିସ ନିଆରା ଉପାୟ ବାହାର କରିଥିଲେ । ମିଶିଗନ ପୋଲିସକୁ ୨୪ ଅପ୍ରଲେ ରାତିରେ ସୂଚନା ମିଳିଥିଲା ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି । ପୋଲିସ କହିବା ଅନୁସାରେ ହାଇୱେରେ ଉପରେ ଥିବା ଏକ ପୁଲରୁ ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲା । ସୂଚନା ମିଳିବା ପରେ ପୋଲିସ ସେଠାରେ ତୁରନ୍ତ ପହଞ୍ଚିଯାଇଥିଲେ । ହାଇୱେ ଅଧିକାରୀ ସହ କଥା ହୋଇ ବ୍ୟକ୍ତି ଜଣକୁ ବଂଚାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏତେ ଉଚ୍ଚ ପୁଲରୁ ଯୁବକଙ୍କୁ କିପରି ବଂଚାଇବେ ସେ ନେଇ ସମସ୍ତେ ଚିନ୍ତାରେ ଥିଲେ ?

ଏଥିମଧ୍ୟରେ ଜଣେ ପୋଲିସବାବୁଙ୍କୁ ଏକ ଆଇଡ଼ିଆ ଆସିଲା । ସେଠାରେ ଉପସ୍ଥିତ ଥିବା କିଛି ଟ୍ରକ୍ ଡ୍ରାଇଭରଙ୍କୁ ସେମାନେ ସାହଯ୍ୟ ମାଗିଥିଲେ । ଆଉ ଡ୍ରାଇଭରମାନେ ମଧ୍ୟ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ଦେଖୁ ଦେଖୁ ୧୩ଟି ଟ୍ରକକୁ ଲାଇନରେ ବ୍ରିଜ ତଳକୁ ଡ୍ରାଇଭରମାନେ ନେଇଆସିଥିଲେ । ଯେଉଁଠୁ ଯୁବକ ଜଣକ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲା । ଏହାପରେ ପାଖାପାଖି ୩ ଘଂଟା କାଳ ପୋଲିସ ଅଧିକାରୀମାନେ ଯୁବକଙ୍କୁ ବୁଝାଇଥିଲେ । ପରେ ଯୁବକ ଜଣଙ୍କ ନିଜ ମନ ପରିବର୍ତ୍ତ କରିଥିଲେ ଆଉ ତା’ପରେ ପୋଲିସ ଯୁବକ ଜଣଙ୍କୁ ମେଡ଼ିକାଲ ପଠାଇଥିଲେ ।