ବେଙ୍ଗାଲୁରୁ-ମାଙ୍ଗାଲୁରୁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଏକ ବର୍ଷର ଶିଶୁ ସମେତ ୧୨ ଜଣ ମୃତ

Advertisment
ବେଙ୍ଗାଲୁରୁ-ମାଙ୍ଗାଲୁରୁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଏକ ବର୍ଷର ଶିଶୁ ସମେତ ୧୨ ଜଣ ମୃତ

କନକ ବ୍ୟୁରୋ : କର୍ଣ୍ଣାଟକ ତୁମକୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ବେଙ୍ଗାଲୁରୁ-ମାଙ୍ଗାଲୁରୁ ଜାତୀୟ ରାଜପଥ ଅନ୍ତର୍ଗତ ବାଲ୍ୟାଦକେରେ ଗାଁରେ ସଡ଼କ ଦୁର୍ଘଟଣା ଯୋଗୁଁ ଏକ ବର୍ଷର ଶିଶୁ ସମେତ ୧୨ଜଣ ପ୍ରାଣ ହରାଇଛନ୍ତି।  ଦୁଇଟି ଦ୍ରୁତଗାମୀ କାର୍ ପରସ୍ପର ସହ ଧକ୍କା ଖାଇ ଓଲଟି ପଡ଼ିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

କର୍ଣ୍ଣାଟକର ତୁମକୁର ଜିଲ୍ଲାର କୁନିଗଲ୍ ତାଲୁକ ଅନ୍ତର୍ଗତ ବାଲ୍ୟାଦକେରେ ଗାଁ ପାଖରେ ଦୁର୍ଘଟଣା ଘଟିଛି। ଚାରିଜଣ ଯାତ୍ରୀଙ୍କୁ ନେଇ ଗୋଟାଏ ବ୍ରିଜା କାର୍ ଧର୍ମସ୍ଥଳ ଅଭିମୁଖେ ଯାଉଥିଲା । ବିପରୀତ ପଟରୁ ହୋସୁର୍ ଦେଇ ବେଙ୍ଗାଲୁରୁ ଆଡ଼କୁ ଗୋଟାଏ ଟାଭେରା କାର୍ ମଧ୍ୟ ଆସୁଥିଲା। ଘଟଣାସ୍ଥଳରେ ଗାଡ଼ି ଦୁଇଟି ପରସ୍ପର ସହ ଧକ୍କା ଖାଇଥିଲା। ଟାଭେରା କାର୍ର ଯାତ୍ରୀମାନେ ହେଉଛନ୍ତି ତାମିଲନାଡୁ ରାଜ୍ୟର ବାସିନ୍ଦା। ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣା ସଂକ୍ରାନ୍ତରେ ସବିଶେଷ ବିବରଣୀ ହସ୍ତଗତ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe