ଜଗତସିଂହପୁର ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ : ସନ୍ଧ୍ୟା ୭ରୁ ସକାଳ ୭ଟା ଯାଏଁ ବଳବତ୍ତର ରହିବ କଟକଣା । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି ନେଲେ ଜିଲ୍ଲାପାଳ

1,413

କନକ ବ୍ୟୁରୋ : ଗ୍ରୀନ ଜୋନ୍ରେ ଥାଇ ବି ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ନେଇଛି । ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ସାରା ଜିଲ୍ଲାରେ ଲକଡାଉନ୍ ଜାରି ରହିବ । ତୃତୀୟ ପର୍ଯ୍ୟାୟ ଲକଡାଉନର ଶେଷ ଦିନ ତଥା ଆସନ୍ତା ମେ ୧୭ ଯାଏଁ ଏହି କଟକଣା ଲାଗୁ ରହିବ । ଏହିସମୟରେ ଲକଡାଉନ ସମୟର ସମସ୍ତ କଟକଣା ଜିଲ୍ଲାରେ ଲାଗୁ ହେବ ।
ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ, ଅନ୍ୟାନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ତେବେ ଏହି କର୍ଫ୍ୟୁ ଭିତରେ କେବଳ ମେଡ଼ିସିନ୍ ଦୋକାନ ଖୋଲା ରହିବ ବୋଲି ସୂଚନା ମିଳିଛି । କରୋନା କାୟାକୁ ଦୃଷ୍ଟିରେ ରଖି ଆଗୁଆ ଏପରି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।