ରାଜଧାନୀରେ ଭୂତାଣୁ ଭୟ । ସାଲିଆସାହିରୁ ବାହାରିଲେଣି ୧୧୨ କରୋନା ଆକ୍ରାନ୍ତ । ହଟ୍‌ସ୍ପଟ୍‌ ଜିଲ୍ଲାରୁ ଆସୁଥିବା ଲୋକ ଅଧିକ ସଂକ୍ରମିତ । ଅଗଷ୍ଟ ମାସ ଅକଳରେ ପକାଇବ

Advertisment
ରାଜଧାନୀରେ ଭୂତାଣୁ ଭୟ । ସାଲିଆସାହିରୁ ବାହାରିଲେଣି ୧୧୨ କରୋନା ଆକ୍ରାନ୍ତ । ହଟ୍‌ସ୍ପଟ୍‌ ଜିଲ୍ଲାରୁ ଆସୁଥିବା ଲୋକ ଅଧିକ ସଂକ୍ରମିତ ।  ଅଗଷ୍ଟ ମାସ ଅକଳରେ ପକାଇବ

କନକ ବ୍ୟୁରୋ : ରାଜଧାନୀର ସବୁଠୁ ବଡ଼ ବସ୍ତି ସାଲିଆସାହିରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏଠାରୁ ପ୍ରାୟ ୧୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଯାହା ରାଜଧାନୀ ପାଇଁ ବଡ଼ ଚାଲେଞ୍ଜ ହୋଇଛି।

ମଙ୍ଗଳବାର ସାଲିଆସାହିରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୧୦ଜଣ ଚିହ୍ନଟ ହୋଇଛନ୍ତି। ଦୁଇ ଦିନରେ ୨୧ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଅଗଷ୍ଟ ମାସ ସାଲିଆସାହି ପାଇଁ ବିପଜ୍ଜନକ ହେବାକୁ ଯାଉଛି। ସ୍ଥିତି ନିୟନ୍ତ୍ରଣକୁ ନଆସିଲେ ଅବସ୍ଥା ସାଂଘାତିକ ହେବାର ଆଶଙ୍କା ଦେଖାଦେଇଛି। ସାଲିଆସାହିରେ ବିଏମ୍‌ସିର ୪ଟି ୱାର୍ଡ ଥିବାବେଳେ ଏଠାରେ ପ୍ରାୟ ୩୦ହଜାର ଘର ଅଛି। ତେଣୁ ଏଠାରେ ୧୧୨ କରୋନା ଆକ୍ରାନ୍ତ ସେତେ ବିପଜ୍ଜନକ ନୁହେଁ। ଏଠାରେ ଯେପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନବଢ଼ିବ ସେଥିପାଇଁ ଆକ୍ଟିଭ୍ ସର୍ଭେଲାନ୍ସ ଜୋରଦାର୍ କରାଯାଇଛି। ଯାହାର ଲକ୍ଷଣ ଦେଖାଯାଉଛି ତାଙ୍କୁ ସଙ୍ଗରୋଧରେ ରଖାଯାଉଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ, ଭୁବନେଶ୍ବର ଉତ୍ତର ଜୋନରେ ପ୍ରାୟ ୯୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସାଲିଆସାହିରୁ ୧୧୨ ଜଣ ଚିହ୍ନଟ ହୋଇଛନ୍ତି। ଏଠା‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ, ବାହାର ଜିଲ୍ଲାରୁ ଅଧିକ ଲୋକ ଏଠାକୁ ଆସୁଥିବାରୁ ସେମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି। ବିଶେଷକରି ଗଞ୍ଜାମ, ନୟାଗଡ଼, ଗଜପତି ଆଦି ଜିଲ୍ଲାରୁ ବହୁ ଲୋକ ଏଠାରେ ରହୁଛନ୍ତି। ସେମାନେ କାମ ଅନ୍ବେଷଣରେ ଏଠାକୁ ପଳାଇ ଆସୁଥିଲେ ହେଁ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଉଛି। ଯେଉଁମାନେ ପରବର୍ତ୍ତୀ ସମୟରେ ଆକ୍ରାନ୍ତ ବୋଲି ଜଣାପଡ଼ୁଛନ୍ତି। ସେମାନେ ଏଠାକାର ବାସିନ୍ଦା ହୋଇଯାଇଥିବାରୁ ସାଲିଆସାହିରେ କରୋନା ଆକ୍ରାନ୍ତ ବୋଲି ଗଣା ହେଉଛନ୍ତି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ହଟ୍‌ସ୍ପଟ୍‌ ଜିଲ୍ଲା ଏବଂ ବାହାର ଜିଲ୍ଲାରୁ ଆସୁଥିବା ଲୋକଙ୍କୁ ଆମେ ବାଧ୍ୟତାମୂଳକ ସଙ୍ଗରୋଧରେ ପଠାଇ ଦେଉଥିବାରୁ ସାଲିଆସାହି ଭିତରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନି କି ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁନି। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନଜରରେ ସାଲିଆସାହିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ଅଛି। କିନ୍ତୁ ସାଲିଆସାହ‌ି ନିକଟବର୍ତ୍ତୀ ବସ୍ତିଗୁଡ଼ିକ ଏବେ କରୋନା କବଳରେ।

ଏଠାରେ ଏବେବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣକୁ ଆସିନି। ନୂଆପଲ୍ଲୀ ଅଞ୍ଚଳରେ ଯାଉଥିବା ବସ୍ତିଗୁଡ଼ିକ (ସାଲିଆସାହି ନିକଟବର୍ତ୍ତୀ) ଏବେ ଅଧିକ ସମ୍ବେଦନଶୀଳ ହୋଇପଡ଼ିଛି। ଏଠାରେ ତ୍ରିନାଥ ନଗର ବସ୍ତିରୁ ପ୍ରାୟ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଣପତି ନଗରରୁ ୨୦ରୁ ଅଧିକ ଏବଂ ଗାନ୍ଧୀନଗର ବସ୍ତିରୁ ୨୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏହାବାଦ୍‌ ଜ‌ୟଦେବ ବିହାର ଓ ମେ’ ଫେୟାର ନିକଟସ୍ଥ ବସ୍ତିରୁ ପ୍ରାୟ ୩୦ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏହିପରି ସାଲିଆସାହି ଚାରିକଡ଼ୁ ୧୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe