୧୧ତମ ରାଉଣ୍ଡରେ ବିଜେପି ଆଗୁଆ : ୨୩୧ ଭୋଟରେ ଆଗେଇଲେ ବିଜୟ ମହାପାତ୍ର

307

କନକ ବ୍ୟୁରୋ : ଏକାଦଶ ରାଉଣ୍ଡରେ ବଦଳିଲା ଟ୍ରେଣ୍ଡ । ଲଗାତାର ୧୦ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡ଼ି ଆଗୁଆ ରହିଥିବା ବେଳେ ଏକାଦଶ ରାଉଣ୍ଡରେ ବିଜେଡ଼ିକୁ କାଟିଛି ବିଜେପି । ଦଶମ ରାଉଣ୍ଡ ପରେ ୧୧ତମ ରାଉଣ୍ଡରେ ଆଗେଇଲେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ୧୧ ତମ ରାଉଣ୍ଡରେ ୨୩୧ ଭୋଟରେ ଆଗୁଆ ରହିଛି ବିଜେପି । ଏବେ ମଧ୍ୟ ବିଜେପି ଠାରୁ ୧୪୭୨୭ ଭୋଟରେ ଆଗୁଆ ରହିଛି ବିଜେଡି । ୧୧ତମ ରାଉଣ୍ଡ ସୁଦ୍ଧା ବିଜେଡି ୬୯୬୯୬ ଭୋଟ ପାଇଥିବା ବେଳେ ବିଜେପିକୁ ମିଳିଛି ୫୩୫୫୨ ଖଣ୍ଡ ଭୋଟ । ସେହିଭଳି କଂଗ୍ରେସ ୧୬୯୩ ଭୋଟ ପାଇଛି ।

ପାଟକୁରାରେ କିଏ ହେବ ବିଧାୟକ ? ଖୁବ ଶୀଘ୍ର ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ । ବହୁ ପ୍ରତୀକ୍ଷିତ ପାଟକୁରା ଆସନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ସୁରକ୍ଷାରେ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି । ପାଟକୁରାରେ ୩୦୯ ଟି ବୁଥ୍ ଥିବାରୁ ଏଠାରେ ୧୮ଟି ରାଉଣ୍ଡରେ ଗଣତି ହେବ । ଏଥିପାଇଁ ୧୮ଟି ଟେବୁଲର ବ୍ୟବସ୍ଥା ହୋଇଛି ।