ରାଜ୍ୟର ୨୮ ଜିଲ୍ଲାରୁ ଆଉ ୧୦୬୮ ନୂଆ ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟିନ୍ ୬୬୨ ଓ ସ୍ଥାନୀୟ ଅଞ୍ଚଳରୁ ୪୦୬ ସଂକ୍ରମିତ । ମୋଟ ଆକ୍ରାନ୍ତ ସଂଖ୍ୟା ୨୯ ହଜାର ହଜାର ୧୭୫କୁ ବୃଦ୍ଧି । ଗଞ୍ଜାମରୁ ସର୍ବାଧିକ ୨୪୫ ଆକ୍ରାନ୍ତ ଚିହ୍ନଟ

651

କନକ ବ୍ୟୁରୋ : ରାଜ୍ୟର ୨୮ ଜିଲ୍ଲାରୁ ଆଜି ଆଉ ୧୦୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେନଟିନରୁ ୬୬୨ ଓ ସ୍ଥାନୀୟ ଅଂଚଳରୁ ୪୦୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତ ସଂଖ୍ୟା ୨୯ ହଜାର ହଜାର ୧୭୫କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ସର୍ବାଧିକ ୨୪୫ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୯୪, ସୁନ୍ଦରଗଡରୁ ୧୧୨, ଗଜପତିରୁ ୮୮, କୋରାପୁଟରେ ୬୬, କଟକରୁ ୬୧, ବାଲେଶ୍ୱରରୁ ୨୯, ନୟାଗଡରୁ ୨୯,ବଲାଙ୍ଗୀରରୁ ୨୬,ନବରଙ୍ଗପୁରରୁ ୨୬, ରାୟଗଡାରୁ ୨୪, ସମ୍ବଲପୁର ୨୧, ଅନୁଗୁଳରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମଙ୍ଗଳବାର ପରୀକ୍ଷା କରାଯାଇଥିବା ୧୦ ହଜାର ୭୫୦ ରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାମାରୀ କରୋନାରେ ରାଜ୍ୟର ଆଉ ୫ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୫୯ ଜଣଙ୍କ ଜୀବନ ନେଇଛି କରୋନା । ସରକାରଙ୍କ ସୂଚନା ଅନୁସାରେ ଆଜି ବାଲେଶ୍ୱରରୁ ଜଣେ, କନ୍ଧମାଳରୁ ଜଣେ, ପୁରୀରେ ଜଣେ, ମାଲକାନଗିରିରେ ଜଣେ, ଓ ପୁରୀରେ ଜଣଙ୍କର ମୃତ୍ୟୁ ହୋଇଛି ।