ରାଜ୍ୟରେ ଆଜି ରେକର୍ଡ ୧୦୧ କରୋନା ପଜିଟିଭି ଚିହ୍ନଟ : ଗଞ୍ଜାମରେ ସର୍ବାଧକ ୫୨, ବାଲେଶ୍ୱରରୁ ବି ୩୩ ନୂଆ କରୋନା ରୋଗୀ

1,106

କନକ ବ୍ୟୁରୋ : ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଶହେ ଛୁଇଁଲା କରୋନା ପଜିଟିଭ । ଆଜି ୧୦୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମରେ ସର୍ବାଧିକ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୩୩ ନୂଆ ଆକ୍ରାନ୍ତ, ସୁନ୍ଦରଗଡରେ ୭ ଓ କେନ୍ଦୁଝରରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ତେବେ ଗଞ୍ଜାମରେ ଆଜି ୫୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୧୦ରେ ପହଂଚିଛି  ।

ବାଲେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦, ଯାଜପୁରରେ ୭୧ ଓ ସୁନ୍ଦରଗଡରେ ଏଯାଏଁ ୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝରରେ ଆଜିର ୨ ନୂଆ ଆକ୍ରାନ୍ତକୁ ମିଶାଇ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତମାନ ସୁଦ୍ଧା ୫୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧୯ ଆକ୍ଟିଭ କେସ ରହିଛି । ୧୧୬ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି ।