ଆସନ୍ତା ୨୦ରୁ ରାଜ୍ୟରେ ଅଣ୍ଡା ଦର ସ୍ଥିର କରିବ ନେକ୍ ବ୍ରହ୍ମପୁର : ରାଜଧାନୀ‌ ସମେତ ରାଜ୍ୟରେ ଖୋଲିବ ୧୦୦ ଆଉଟଲେଟ୍‌

Advertisment
ଆସନ୍ତା ୨୦ରୁ ରାଜ୍ୟରେ ଅଣ୍ଡା ଦର ସ୍ଥିର କରିବ ନେକ୍ ବ୍ରହ୍ମପୁର : ରାଜଧାନୀ‌ ସମେତ ରାଜ୍ୟରେ ଖୋଲିବ ୧୦୦ ଆଉଟଲେଟ୍‌

କନକ ବ୍ୟୁରୋ : ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଅଣ୍ଡା ଦର ସ୍ଥିର କରିବ ଜାତୀୟ ଅଣ୍ଡା ସମନ୍ବୟ ସମିତି ବା ଏନ୍‌ଇସିସି ବ୍ରହ୍ମପୁର ଚାପ୍ଟର (ନେକ୍‌) । ନେକ୍ ବ୍ରହ୍ମପୁର ଚାପ୍ଟର ଯେଉଁ ବେସ୍‌ ଦର ସ୍ଥିର କରିବ, ତଦନୁଯାୟୀ, ରାଜ୍ୟରେ ଅଣ୍ଡା ବିକ୍ରି ହେବ । ଓଡ଼ିଶାରେ ନେକ୍ ଚାପ୍ଟର ଖୋଲିବା ଫଳରେ ରାଜ୍ୟରେ ଥିବା ସମସ୍ତ କୁକୁଡ଼ା ଅଣ୍ଡା ଚାଷୀମାନେ ଉପକୃତ ହେବେ ବୋଲି ଅଲ୍‌ ଓଡ଼ିଶା ଲେୟାର ଫାର୍ସରର୍ସ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି । ପୂର୍ବରୁ ଓଡ଼ିଶାରେ ଅଣ୍ଡା ଦର ପାଇଁ ନେକ୍ ବିଜୟୱାଡା ଉପରେ ନିର୍ଭର କରିବାକୁ ପଡ଼ୁଥିଲା ।

ଗତକାଲି ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନ୍‌ର ସଭାପତି କହିଲେ, ରାଜ୍ୟରେ ଏବେ ଫାର୍ମରୁ ଦୈନିକ ୫୫ ଲକ୍ଷ ଓ ଦେଶୀ ଅଣ୍ଡା ୧୦ ଲକ୍ଷକୁ ମିଶାଇଲେ ସମୁଦାୟ ୬୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ରାଜ୍ୟରେ ଦୈନିକ ୯୫ ଲକ୍ଷ ଅଣ୍ଡା ଆବଶ୍ୟକ ଥିବା ବେଳେ ଆନ୍ଧ୍ର, ରାୟପୁର ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡ଼ୁଛି । ତେବେ ଆନ୍ଧ୍ରରୁ ସର୍ବାଧିକ ଅଣ୍ଡା ଓଡ଼ିଶାକୁ ଆସୁଛି । ରାଜ୍ୟରେ ୧୫୦ ଚାଷୀ ଥିବା ବେଳେ ଅଣ୍ଡା ଶିଳ୍ପ ୨୫ ହଜାର ସିଧାସଳଖ ନିଯୁକ୍ତି ସୃଷ୍ଟି କରିଛି ।

ସେହିପରି ଏହାଦ୍ବାରା ପ୍ରାୟ ୧ଲକ୍ଷ ଲୋକ ପରୋକ୍ଷ ଭାବେ ନିଯୁକ୍ତି ପାଇ ପାରିଛନ୍ତି । ତେବେ ଗତ ୧ବର୍ଷ ହେବ କୁକୁଡ଼ା ଖାଦ୍ୟ ସାମଗ୍ରୀରେ ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଅଣ୍ଡା ଉତ୍ପାଦନ ଦର ୪୦ ପ୍ରତିଶତ ବୃଦ୍ଧି ଘଟିଛି । ମାତ୍ର ଅଣ୍ଡା ବିକ୍ରି ଦର ପୂର୍ବପରି ଅପରିବର୍ତିତ ରହିଛି । ନେକ୍ ବିଜୟୱାଡ଼ା ଉପରେ ଓଡ଼ିଶାକୁ ନିର୍ଭର କରିବାକୁ ପଡ଼ୁଥିବାରୁ ଚାଷୀମାନେ ଏହି ଦରକୁ ମାନିବାକୁ ବାଧ୍ୟ ହେଉଥିଲେ । ଅଣ୍ଡା ଚାଷୀଙ୍କ ବଦଳରେ ‌ବ୍ୟବସାୟୀମାନେ ଲାଭବାନ ହେଉଥିଲେ ।  ନେକ୍ ବ୍ରହ୍ମପୁର ଅଣ୍ଡାର ବେସ୍ ଦର ରାଜ୍ୟରେ ଅଣ୍ଡାର ଚାହିଦା, ନେକ୍ ବିଜୟୱାଡ଼ା ମଧ୍ୟରେ ସମନ୍ବୟ ରକ୍ଷା କରି ସ୍ଥିର କରାଯିବ ।

ପ୍ରତ୍ୟେକ ଦିନ ଅଣ୍ଡା ଦର ରାଜ୍ୟର ମୁଦ୍ରିତ ଗଣମାଧ୍ୟମରେ ସକାଳୁ ପ୍ରକାଶ ପାଇବ । ଫଳରେ ଖାଉଟିମାନେ ମଧ୍ୟ ଅଣ୍ଡା ଦର ସଂପର୍କରେ ସଚେତନ ହୋଇପାରିବେ। ‌ଏହାସହ ରାଜ୍ୟରେ ଅଣ୍ଡା ଚାଷୀମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ମଧ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅଣ୍ଡାର ଏକ ଏମ୍‌ଏସ୍‌ପି ଦର ଧାର୍ଯ୍ୟ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିବା ଶ୍ରୀ ଚୌଧୁରୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe