କନକ ବ୍ୟୁରୋ : ଓଡିଶାର ୩ଟି ମେଡିକାଲ କଲେଜ ପାଇଁ ଆହୁରି ୧୦୦ଟି ଏମବିବିଏସ୍ ସିଟ୍ ବଢିଛି । ଇଡବ୍ଲୁଏସ କୋଟାରେ ବର୍ଦ୍ଧିତ ୧୦୦ ସିଟକୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଅନୁମୋଦନ କରିଥିବା ଜଣାପଡିଛି । ଅନୁମତି ପରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ସିଟ୍ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।
ବର୍ଦ୍ଧିତ ସିଟ୍ ଗୁଡିକ ୩ଟି ମେଡିକାଲ କଲେଜକୁ ଦିଆଯିବ । ବୁର୍ଲାସ୍ଥିତ ଭିମସାରରେ ୫୦ଟି ସିଟ୍, କୋରାପୁଟର ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ମୟୂରଭଞ୍ଜ ସ୍ଥିତି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୨୫ଟି ଲେଖାଏଁ ସିଟ୍ ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି ।
ବୁର୍ଲା ଭିମସାର ମେଡିକାଲ କଲେଜରେ ପୂର୍ବରୁ ୧୫୦ ସିଟ୍ ଥିବା ବେଳେ ଏବେ ଆହୁରି ୫୦ ସିଟ ବଢି ୨୦୦ରେ ପହଂଚିଛି । ସେହିପରି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ପୂର୍ବରୁ ୧୦୦ ଆସନ ରହିଥିଲା । ଏବେ ୨୫ଟି ସିଟ ବଢି ଉଭୟ କଲେଜର ସିଟ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଛି ।