ନବବିବାହିତାଙ୍କ ନାରକୀୟ କାଣ୍ଡ ! ଅସୁନ୍ଦର ବୋଲି ସ୍ୱାମୀଙ୍କୁ ପଥରରେ ଛେଚି ହତ୍ୟା

49

ସ୍ୱାମୀ ସ୍ତ୍ରୀର ସମ୍ପର୍କ ସ୍ନେହ, ପ୍ରେମ ଓ ବିଶ୍ୱାସରେ ଗଢା ହୋଇଥାଏ । ବିବାହ ପରେ ଦୁହେଁ ଦୁହିଁଙ୍କ ଯତ୍ନ ନେବା ସହ ଉଭୟେ ଉଭୟଙ୍କ ଉପରେ ନିର୍ଭଳଶୀଳ ହୋଇଯାଆନ୍ତି । କିନ୍ତୁ ଏପରି ଏକ ପବିତ୍ର ସଂପର୍କକୁ ରୂପକୁ ନେଇ ତଉଲିଲେ ଏହାର ଭବିଷ୍ୟତ କ’ଣ ହେବ ଆପଣ ଅନୁମାନ କରିପାରୁଥିବେ । ସୁନ୍ଦର ନଥିବାରୁ ସ୍ୱାମୀକୁ ପଥରରେ ଛେଚି ହତ୍ୟା କଲା ସ୍ତ୍ରୀ ।

ଘଟଣାଟି ଅବିଶ୍ୱସନୀୟ ହେଲ ମଧ୍ୟ ନିରାଟ ସତ । ଏପରି ଏକ ଘଟଣା ଘଟିଛି ତାମିଲନାଡୁର କୁଡାଲୋରରେ । ଜଣେ ନବବିବାହିତା ମଳିଳା ନିଜ ସ୍ୱାମୀକୁ ପଥରରେ ଛେଚି ହତ୍ୟା କରିଛି । ଏହାର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ନହୋଇ ରହି ପାରିବେ ନହିଁ । ପୋଲିସ ଏନେଇ ସବିଶେଷ ସୂଚନା ଦେଇଛି । ଏପରି ଏକ ଖବର ପ୍ରକାଶ ପାଇଛି ଟାଇମ୍ସ ଅଫ ଇଣ୍ଡିଆରେ ।

ଏକ ସପ୍ତାହ ପୂର୍ବରୁ ୨୨ ବର୍ଷିୟ ମହିଳା ଜଣକ ଜଣେ ଆର୍କିଟେକ୍ଟକୁ ବିବାହ କରିଥିିଲେ । ପୋଲିସର ସୂଚନା ଅନୁସାରେ ନବିବହାହିତା ଜଣକ ତାଙ୍କ ସ୍ୱାମୀକୁ ଘୃଣା କରୁଥିଲେ । ମହିଳାଙ୍କ ପରିବାର ଲୋକ ଓ ବନ୍ଧୁବାନ୍ଧବ କହୁଥିଲେ କି ତା’ର ସ୍ୱାମୀ ଦେଖିବା ପାଇଁ ସୁନ୍ଦର ନୁହଁ କି ତା’ ସୁନ୍ଦରତା ସହ ମେଳ ଖାଉନି । ତେଣୁ ନବବିବାହିତା ଜଣକ ତାଙ୍କ ସ୍ୱାମୀଙ୍କୁ ନେଇ ଖୁସି ନେଥିଲେ ।

ଗତ ସୋମବାର ରାତିରେ ଉଭୟଙ୍କ ମଧ୍ୟରେ ଝଗଡା ହେବା ପରେ ମହିଳା ଜଣଙ୍କ ରାଗରେ ହିତାହିତ ଜ୍ଞାନ ଭୁଲି ସ୍ୱାମୀକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏପରି କରିବା ପରେ ମହିଳା ଜଣକ କାନ୍ଦି କାନ୍ଦି ବାହାରକୁ ଆସିଥିଲେ ଓ କହିଲେ କେହି ଜଣେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛି । କିନ୍ତୁ ଯାଞ୍ଚ ପରେ ସବୁକଥା ଜଣାପଡିଲା ଓ ସ୍ୱାମୀର ହତ୍ୟା ଅଭିଯୋଗରେ ପୋଲିସ ଗିରଫ କରିଛି ନବବିବାହିତାଙ୍କୁ ।

ଏହାସହ ଦେଖନ୍ତୁ- ରାକ୍ଷୀରେ କଳଙ୍କ ! ସାଙ୍ଗମାନଙ୍କ ସହ ମିଶି ଭାଇ କଲା ଭଉଣୀର ଗଣଦୁଷ୍କର୍ମ