ରାକ୍ଷୀରେ କଳଙ୍କ ! ସାଙ୍ଗମାନଙ୍କ ସହ ମିଶି ଭାଇ କଲା ଭଉଣୀର ଗଣଦୁଷ୍କର୍ମ

50

ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟତାଥ ଶାସନ ଭାର ସମ୍ଭାଳିବା ପରେ ମହିଳାଙ୍କ ସୁରକ୍ଷା ପାଇଁ ଆଣ୍ଟି ରୋମିଓ ଦଳ ତିଆରି କରିଛନ୍ତି । ତଥାପି ଏବେ ସେଠାରେ ସୁରକ୍ଷିତ ନୁହଁନ୍ତି ମହିଳା । ସୂଚନା ଅନୁସାରେ ଆଜମଗଡ ଜିଲ୍ଲାରେ ଏକ ନାବାଳିକା ସହ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଏପରି କୁକର୍ମ ଆଉ କେହି ନୁହଁ ପୀଡିତାର ଭାଇ ସାଙ୍ଗ ମାନଙ୍କ ସହ ମିଶି ଏପରି କରିଥିବା ଜଣାପଡିଛି । କେବଳ ଏତିକି ନୁହଁ ଅଭିଯୁକ୍ତମାନେ ଏହି ଘଟଣାର ଭିଡିଓ ମଧ୍ୟ ତିଆରି କରିଛନ୍ତି । ଏହି ମାମଲା ଆସିଛି ଆଜମଗଡର ଗମ୍ଭରୀରପୁର ଥାନା ଅଞ୍ଚଳରୁ ।

ଘଟଣା ଦିନ ଆମେଠୀ ଗାଁର ରହୁଥିବା ୧୫ ବର୍ଷିୟ ନାବାଳିକା ପରୀକ୍ଷା ଦେଇ ଘରକୁ ଫେରୁଥିଲେ । ଫେରିବା ରାସ୍ତାରା ପୀଡିତାଙ୍କ ମାଉସୀ ପୁଅ ଭାଇ ତା’ସାଙ୍ଗ ମାନଙ୍କ ସହ ରାସ୍ତାରେ ଘେରି ଯାଇଥିଲେ । ସେମାନେ ଜୋରଜବରଦସ୍ତିି ପୀଡିତାଙ୍କୁ ବାଇକରେ ବସାଇ ଏକ ଶୂନଶାନ ସ୍ଥାନକୁ ନେଇ ଯାଇଥିଲେ । ଯେଉଁଠି ଅଭିଯୁକ୍ତମାନେ ଜଣ ଜଣକ କରି ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ । କେବଳ ଏତିକି ନୁହଁ ଅଭିଯୁକ୍ତମାନେ ଏହି ଘଟଣାର ଭିଡିଓ ମଧ୍ୟ ତଆରି କରିଥିଲେ । ବାହାରେ ମୁହଁ ଖୋଲିଲେ ଭିଡିଓ ଇଣ୍ଟରନେଟରେ ଭାଇରାଲ କରିବେ ବୋଲି ଧମକ ମଧ୍ୟ ଦେଲେ ପୀଡିତାଙ୍କୁ ।

ବଦନାମୀ ଡରରେ ନାବାଳିକା ଜଣକ ଘରେ କିଛିି କହିପାରିଲେ ନାହିଁ । ପୀଡିତା ଚୁପ ରହିବା ଦେଖି ତାଙ୍କର ସାହସ ଅଧକ ବଢିଗଲା ଓ ସୋମନେ ଇଣ୍ଟରନେଟରେ ଭିଡିଓକୁ ଭାଇରାଲ କରିଦେଲେ । ଏହାଦେଖି ପୀଡିତା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ସବୁ ଘଟଣା ଜାଣିବା ପରେ ପରିବାର ଲୋକ ସାମ୍ନାକୁ ଅଭିଯୁକ୍ତଙ୍କ ବିରୋଧରେ କେସ ଦାଏର କରିଛନ୍ତି । ପୋଲିସ ଦୁଇ ଜଣକୁ ଗିରଫ କରିବା ସହ ଆଉ ତିନି ଜଣ ଫେରାର ଅଛନ୍ତି ବୋଲି ସୂଚନା ମିଳିଛି ।