ମନମୋହନଙ୍କ ହାତରେ ବିଜେପି ମଙ୍ଗ : କହିଲେ, ସମସ୍ତଙ୍କୁ ସାଙ୍ଗରେ କାମ କରିବି; ୨୦୨୪ରେ ଆମେ ସରକାର ଗଢିବୁ

Advertisment
ମନମୋହନଙ୍କ ହାତରେ ବିଜେପି ମଙ୍ଗ : କହିଲେ, ସମସ୍ତଙ୍କୁ ସାଙ୍ଗରେ କାମ କରିବି; ୨୦୨୪ରେ ଆମେ ସରକାର ଗଢିବୁ

କନକ ବ୍ୟୁରୋ : ସଭାପତି ନିଯୁକ୍ତି ପରେ ମନମୋହନ ସାମଲଙ୍କ ପ୍ରତିକ୍ରିୟା । ସମସ୍ତଙ୍କୁ ସାଙ୍ଗରେ କାମ କରିବି । ଟିମ୍ ସ୍ପିରିଟ ନେଇ କାମ କରିବି । ବିକଳ୍ପ ସରକାରର ଆଶା ପୂରଣ କରିବାକୁ ଚେଷ୍ଟା କରିବି । ବିଜେଡିକୁ ଲୋକ ମୁହଁ ବୁଲାଇ ସାରିଲେଣି । ବିକଳ୍ପ ଭାବେ ଲୋକେ ବିଜେପିକୁ ବାଛି ସାରିଛନ୍ତି । ଗତ ନିର୍ବାଚନରେ ଆମେ ବିକଳ୍ପ ହୋଇସାରିଛୁ । ୨୦୨୪ରେ ଆମେ ସରକାର ଗଢିବୁ । ତେବେ ଗୁରୁ ଦାୟିତ୍ୱ ପାଇଁ କେନ୍ଦ୍ରୀୟ ନେତାଙ୍କୁ ଧନ୍ୟବାଦ ।

ମନମୋହନ ସାମଲ ହେଲେ ରାଜ୍ୟ ବିଜେପି ସଭାପତି । ମନମୋହନଙ୍କୁ ନୂଆ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନ ସାମଲକୁ ନୂଆ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ମନମୋହନ ସାମଲ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ତୁଲାଇଥିଲେ । ମନମୋହନ ସାମଲ ବିଜେଡ଼ି–ବିଜେପି ମେଂଟ ସରକାର ବେଳେ ମନ୍ତ୍ରୀ ଥିଲେ ।

ମନମୋହନ ସାମଲ

୨୦୦୦ରୁ ୨୦୦୪ ଯାଏ ରାଜ୍ୟସଭା ସାଂସଦ ଥିଲେ ମନୋମୋହନ ସାମଲ
୨୦୦୪ରେ ସେ ବିଧାୟକ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ
୨୦୦୪ରୁ ୨୦୦୯ଧାମନଗର ବିଧାୟକ ଥିଲେ
୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ରାଜସ୍ୱ ମନ୍ତ୍ରୀ ଥିଲେ
ସେତେବେଳେ ବିଜେଡି ସହ ମିଶି ସରକାର କରିଥିଲା ବିଜେପି
୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ଥିଲେ
ଗତ ବିଧାନସଭା ନିର୍ବାଚନରେ ଜିଲ୍ଲା ଚାନ୍ଦବାଲି ଆସନରୁ ପ୍ରାର୍ଥୀ ହୋଇଥିଲେ
ଭଦ୍ରକ ଜିଲ୍ଲାର ଧାମନଗର, ଚାନ୍ଦବାଲି, ଭଣ୍ଡାରୀପୋଖରୁ ବିଜେପି ପ୍ରାର୍ଥୀ ହୋଇଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe