ସୌମ୍ୟଙ୍କ ସମର୍ଥନରେ ବାହାରିଲେ ମହମ୍ମଦ ମୋକିମ୍ : କହିଲେ, ରାଜ୍ୟରେ ଚାଲିଛି ଅନ୍ଧାରୀ ଶାସନ; ଗଣମାଧ୍ୟମର କଣ୍ଠରୋଧ କରିବା ଦୁର୍ଭାଗ୍ୟଜନକ

Advertisment
ସୌମ୍ୟଙ୍କ ସମର୍ଥନରେ ବାହାରିଲେ ମହମ୍ମଦ ମୋକିମ୍ : କହିଲେ, ରାଜ୍ୟରେ ଚାଲିଛି ଅନ୍ଧାରୀ ଶାସନ; ଗଣମାଧ୍ୟମର କଣ୍ଠରୋଧ କରିବା ଦୁର୍ଭାଗ୍ୟଜନକ

କନକ ବ୍ୟୁରୋ : ସୌମ୍ୟଙ୍କ ସମର୍ଥନରେ ବାହାରିଲେ ମହମ୍ମଦ ମୋକିମ । କହିଲେ ରାଜ୍ୟରେ ଚାଲିଛି ଅନ୍ଧାରୀ ଶାସନ । ସଚିବ ନୁହେଁ ସବୁବେଳେ ନିର୍ବାଚିତ ପ୍ରତିନିଧି ବଡ । ଗଣମାଧ୍ୟମର କଣ୍ଠରୋଧ କରିବା ଠିକ୍ ନୁହେଁ । ଆକ୍ରୋଶମୂଳକ ଭାବେ କୌଣସି ପଦକ୍ଷେପ ନିଆନଯାଉ । ଏଭଳି କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ସୌମ୍ୟ ପଟ୍ଟନାୟକଙ୍କ କଣ୍ଠରୋଧ କରାଯାଉଛି ।

ଏଭଳି ଘଟଣାକୁ ଓଡିଶାବାସୀ ବରଦାସ୍ତ କରିବେନି । ସମ୍ପାଦକୀୟ ଲେଖିବା ସୌମ୍ୟଙ୍କର ଅଧିକାର । ଆଗାମୀ ନିର୍ବାଚନରେ ଏହା ପ୍ରତିଫଳିତ ହେବ । ଶାନ୍ତିପ୍ରିୟ ଓଡିଶାରେ ଆକ୍ରୋଶମୂଳକ କାର୍ଯ୍ୟ ନ ହେଉ । କୌଣସି କାର୍ଯ୍ୟକ୍ରମକୁ ବ୍ୟକ୍ତିଗତ ସ୍ତରକୁ ନିଆନଯାଉ । ବିଧାନସଭା ଭିତରେ ଓ ବାହାରେ ସୌମ୍ୟଙ୍କ ପ୍ରତି ସମର୍ଥନ ରହିବ ବୋଲି କହିଲେ ମହମ୍ମଦ ମୋକିମ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe