୮ବର୍ଷ ପରେ ଦୁଷ୍କର୍ମ ମାମଲାରୁ ଦୋଷମୁକ୍ତ ହେଲେ ‘ତେହେଲ୍କା’ର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ

Advertisment
୮ବର୍ଷ ପରେ ଦୁଷ୍କର୍ମ ମାମଲାରୁ ଦୋଷମୁକ୍ତ ହେଲେ ‘ତେହେଲ୍କା’ର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ

କନକ ବ୍ୟୁରୋ : ଉତ୍ତର ଗୋଆ ଅନ୍ତର୍ଗତ ମାପାସାସ୍ଥିତ ଜିଲ୍ଲା ତଥା ସେସନ୍ ଅଦାଲତ ଆଜି ସାମ୍ବାଦିକ ତରୁଣ ତେଜପାଲଙ୍କୁ ୨୦୧୩ର ଏକ ଦୁଷ୍କର୍ମ ମାମଲାରୁ ଦୋଷମୁକ୍ତ କରିଛନ୍ତି।

୨୦୧୩ରେ ଗୋଆର ଏକ ବିଳାସମୟ ହୋଟେଲ୍ର ଲିଫ୍ଟ୍ ମଧ୍ୟରେ ଜଣେ ମହିଳା ସହକର୍ମୀଙ୍କୁ ଯୌନ ନିର୍ୟାତନା ଦେଇଥିଲେ ବୋଲି ‘ତେହେଲ୍କା’ ପତ୍ରିକାର ପୂର୍ବତନ ମୁଖ୍ୟସମ୍ପାଦକ ତରୁଣ ତେଜପାଲଙ୍କ ନାମରେ ଅଭିଯୋଗ ହୋଇଥିଲା। ଉକ୍ତ ଯୌନ ନିର୍ୟାତନା ମାମଲାରେ ତାଙ୍କ ବିପକ୍ଷରେ ଥିବା ସମସ୍ତ ଅଭିଯୋଗରୁ ସେ ଆଜି ଦୋଷମୁକ୍ତ ହୋଇଛନ୍ତି।

ରାୟ ଘୋଷିତ ହେବା ପରେ ଏକ ବିବୃତି ଦେଇ ତରୁଣ ତେଜପାଲ କହିଛନ୍ତି, ସତ୍ୟକୁ ସମର୍ଥନ କରି ରାୟ ଶୁଣାଇଥିବା ବିଚାରପତି କ୍ଷମା ଯୋଶୀଙ୍କ ନିକଟରେ ମୁଁ ଋଣୀ।

୨୦୧୩ ନଭେମ୍ବରରେ ଗୋଆ ପୁଲିସ ତରୁଣ ତେଜପାଲଙ୍କ ବିରୁଦ୍ଧରେ ଆଗତ ‘ଏଫ୍ଆଇଆର୍’ ପଞ୍ଜିକରଣ କରିବା ପରେ ସେ ଗିରଫ ହୋଇଥିଲେ। କିନ୍ତୁ, ୨୦୧୪ ମେ ମାସରୁ ସେ ଜାମିନ ପାଇ ଜେଲରୁ ବାହାରି ଆସିଥିଲେ। ଗୋଆ କ୍ରାଇମ୍ ବ୍ରାଞ୍ଚ୍ ମଧ୍ୟ ତେଜପାଲଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଥିଲା।

ତାଙ୍କ ବିରୋଧରେ ‘ଆଇପିସି’ ଧାରା ୩୪୧, ୩୪୨, ୩୫୪, ୩୫୪-ଏ, ୩୫୪-ବି, ୩୭୬ (୨) ଏବଂ ୩୭୬ (୨) ପ୍ରଭୃତି ଲାଗୁ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe