କନକ ବ୍ୟୁରୋ : ୪୮ ଘଂଟାରେ କେରଳ ଛୁଇଁପାରେ ମୌସୁମୀ । ମୌସୁମୀ ଆସିବା ପାଇଁ ପାଗ ଅନୁକୂଳ ରହିଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ । ଆରବ ସାଗରରେ ସୃଷ୍ଟି ବାତ୍ୟାକୁ ନେଇ ମୌସୁମୀ ଆସିବାରେ ବିଳମ୍ବ ହେଉଥିବା କୁହାଯାଉଛି । ସାଧାରଣତ ଜୁନ ୧ରେ କେରଳ ଆସୁଥିବା ମୌସୁମୀ ୭ ସୁଦ୍ଧା ବି ଆସିପାରିନି । ଆଇଏମଡି କହିଛି ୪୮ଘଂଟା ଭିତରେ କେରଳ ଛୁଇଁବ ମୌସୁମୀ । ସେପଟେ ଆରବ ସାଗରରେ ଭୀଷଣ ବାତ୍ୟାର ରୂପ ନେଇଛି ବାତ୍ୟା ‘ବିପର୍ଯ୍ୟୟ’ । ଆଗାମୀ ୨୪ ଘଂଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏହା କେରଳ ଉପକୂଳରେ ମେଘ ସଂଗଠିତ ହେବାରେ ବାଧକ ସାଜିଛି । ତେଣୁ ଓଡ଼ିଶାକୁ ୧୯ ତାରିଖ ପୂର୍ବରୁ ମୌସୁମୀ ଆସିବା ସମ୍ଭାବନା କମ୍ । ବିଳମ୍ବରେ ମୌସୁମୀ ଆସୁଥିବାରୁ ନିଅଂଟିଆ ବର୍ଷା ହୋଇପାରେ ।