କନକ ବ୍ୟୁରୋ: ୧୪ ତାରିଖରେ ଶିଶୁ ଦିବସ ଏବଂ ଦୀପାବଳି ପଡ଼ୁଥିବାରୁ ରେଡିଓ ଚକ୍ଲେଟ୍ କୁନି କୁନି ପିଲାମାନଙ୍କୁ ନେଇ ପ୍ରସ୍ତୁତ କରିବାକୁ ଯାଉଛି ‘ଦୀପରେ ଦୀପାବଳି ଉଇଥ୍ ଛୋଟା ଆର୍. ଜେ’। ଉକ୍ତ ଦିନ ଦିନସାରା ରେଡିଓ ଚକ୍ଲେଟ୍ରେ ଛୋଟ ଛୋଟ ପିଲାମାନେ ଆର୍.ଜେ ହେବେ। ସେମାନଙ୍କର ମିଠା କଣ୍ଠରେ ଦୀପାବଳି ସମ୍ପର୍କରେ ମିଠା କଥା ଶ୍ରୋତାଙ୍କୁ ଶୁଣାଇବେ। କାର୍ଯ୍ୟକ୍ରମରେ ୭ରୁ ୧୧ ବର୍ଷର ପିଲାମାନେ ଆର୍.ଜେ ହେବାକୁ ଚାହୁଥିଲେ, ସେମାନଙ୍କୁ ୪୫ ସେକେଣ୍ଡ ଭିତରେ ‘ଦୀପରେ ଦୀପାବଳି’ ସମ୍ପର୍କରେ କିଛି କହିବାର ଏକ ଭିଡିଓ ରେଡିଓ ଚକ୍ଲେଟ୍କୁ ମୋ: ୮୯୦୮୦୨୦୧୦୪ରେ ହ୍ୱାଟସ୍ଆପ୍ କରିବାକୁ ହେବ।
ଭିଡିଓ ପଠାଇବାର ଶେଷ ତାରିଖ ଏଇ ମାସ ୧୧ ତାରିଖ। ପଠାଇଥିବା ଭିଡିଓଟି ରେଡିଓ ଚକ୍ଲେଟ୍ ଦ୍ୱାରା ମନୋନୀତ ହେଲେ, ପିଲାଙ୍କୁ କାର୍ଯ୍ୟକ୍ରମରେ ଛୋଟା ଆର୍.ଜେ ଭାବେ ଗ୍ରହଣ କରାଯିବ ଏବଂ ରେଡିଓ ଚକ୍ଲେଟ୍ର ଷ୍ଟୁଡିଓରେ ପିଲାଙ୍କର ଅଡିଓ ଓ ଭିଡିଓ ରେକର୍ଡିଂ କରାଯିବ। ଇଚ୍ଛୁକ ଅଭିଭାବକମାନେ ଯଥାଶୀଘ୍ର ପିଲାମାନଙ୍କର ଭିଡିଓ ପ୍ରସ୍ତୁତ କରି ଦିଆଯାଇଥିବା ନମ୍ବରରେ ପଠାଇବା ପାଇଁ ଅନୁରୋଧ କରାଯାଉଛି। ଉଲ୍ଲେଖଯୋଗ୍ୟ, ବର୍ଷ ସାରା ବିଭିନ୍ନ ପର୍ବପର୍ବାଣୀ ତଥା ଗୁରୁତ୍ୱପର୍ଣ୍ଣ ଦିବସମାନଙ୍କରେ ରେଡିଓ ଚକ୍ଲେଟ୍ ତା’ର ଶ୍ରୋତାମାନଙ୍କୁ ମନଲାଖି କାର୍ଯ୍ୟକ୍ରମ ଭେଟି ଦେଇଥାଏ।