କନକ ବ୍ୟୁରୋ: ପୁରୀ ଠାରୁ ୫୮୦ କିମି ଦୂରରେ କେନ୍ଦ୍ରୀଭୂତ ବାତ୍ୟା ‘ଅସାନି’ । ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ୧୨ ତାରିଖ ବେଳକୁ ଏହା ସାଇକ୍ଲୋନିଂ ଷ୍ଟ୍ରମ୍ରେ ପରିଣତ ହେବ । ଧିରେ ଧରି ଏହା ଉତ୍ତର-ଉତ୍ତର ପୂର୍ବ ଦିଗରେ ଏହା ରିକର୍ଭ କରିବ । ଚିଲିକା ପାଖାପାଖି ଏହା ଡିପ୍ ଡିପ୍ରେସନରେ ପରିଣତ ହେବ । ପରେ ଯେତେବେଳେ ଚିଲିକା ପାଖାପାଖି ରହିଥିବ ସେତେବେଳେ ଏହା ଡିପ୍ ଡିପ୍ରେସନରେ ପରିଣତ ହେବ । ସାଇକ୍ଲୋନିଂ ଷ୍ଟ୍ରମ୍ ପରେ ଏହା ଡିପ୍ ଡିପ୍ରେସନକୁ ଖସିବ । ୧୧ରୁ ୧୨ ତାରିଖ ବେଳକୁ ପବନର ବେଗ ୪୦ରୁ ୫୦ କିମି ରହିବ । କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଛି ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ପୁରୀ, ପାରାଦୀପ ଦେଇଯିବା ବେଳେ ଅବପାତରେ ପରିଣତ ହେବ ।
ରିକର୍ଭ କରିବ ‘ଅସାନି’, ପୁରୀ ଠାରୁ ୫୮୦ କିମି ଦୂରରେ କେନ୍ଦ୍ରୀଭୂତ । ପବନର ବେଗ ୪୦ରୁ ୫୦ କିମି ରହିବ ।
/kanak/media/post_attachments/wp-content/uploads/2022/05/111111111.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)