ରାଜ୍ୟସଭାରେ ବିନେଶଙ୍କ ପ୍ରସଙ୍ଗକୁ ବିରୋଧିଙ୍କ ହଙ୍ଗାମା..ଗୃହ ତ୍ୟାଗ କଲେ ଧନଖଡ଼

Advertisment
ରାଜ୍ୟସଭାରେ ବିନେଶଙ୍କ ପ୍ରସଙ୍ଗକୁ ବିରୋଧିଙ୍କ ହଙ୍ଗାମା..ଗୃହ ତ୍ୟାଗ କଲେ ଧନଖଡ଼

ଟିଏମସି ସାଂସଦଙ୍କ ଉପରେ ରାଗିଗଲେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ଆଜି ଗୃହରେ ବିନେଶ ଫୋଗାଟ ପ୍ରସଙ୍ଗ ନେଇ ବିରୋଧି ହୋହଲ୍ଲା କରିଥିଲେ । ଏହି ସମୟରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ରାଗି ଯାଇ ନିଜ ଚେୟାରରୁ ଉଠି ଚାଲିଗଲେ ।

ଆଜି ରାଜ୍ୟସଭା ଆରମ୍ଭରୁ ଭିନେଶ ଫୋଗାଟ୍‌ ପ୍ରସଙ୍ଗକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା । କଂଗ୍ରେସ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହାକୁ ଅନୁମତି ଦେଇନଥିଲେ। ଏହାପରେ ଟିଏମସି ସାଂସଦ ଡେରେକ୍ ଓବ୍ରାୟନ ଏହି ପ୍ରସଙ୍ଗ ଉଠାଇବାରୁ ତାଙ୍କ ଉପରେ ରାଗିଗଲେ ଜଗଦୀପ ଧନଖଡ଼ । ଏହାକୁ ନେଇ ତାଙ୍କୁ ଚୁପ୍‌ ରହିବାକୁ ରାଜ୍ୟସଭା ଅଧ୍ୟକ୍ଷ ଚେତାବନୀ ଦେଇଥିଲେ । କିନ୍ତୁ ଡେରେକ୍ ଏହାକୁ ଖାତିର କରି ନଥିଲେ ଓ ଜୋରରେ ପାଟି କରି ସ୍ଲୋଗାନ ଦେଇଥିଲେ । ଧନଖଡ଼ ରାଗିଯାଇ କହିଲେ, ଯଦି ସେ ଏଭଳି ଆଉ ଥରେ କରନ୍ତି ତେବେ ସେ ତାଙ୍କୁ ଗୃହର ବାହାର ରାସ୍ତା ଦେଖାଇବେ ।

ଧନଖଡ଼ ଆହୁରି କହିଥିଲେ ଯେ, ସାରା ଦେଶ ବିନେଶଙ୍କୁ ନେଇ ଦୁଃଖିତ ଅଛି । ଏନେଇ କୌଣସି ରାଜନୀତି କରାନଯାଉ । ଆମେ ତାଙ୍କୁ ସବୁକିଛି ଦେବୁ, ଯାହା ପଦକ ବିଜେତାଙ୍କୁ ମିଳିବା ଦରକାର । ଏହାପରେ ବିରୋଧୀ କଂଗ୍ରେସ, ଟିଏମ୍‌ସି ଏବଂ ଅନ୍ୟମାନେ ଗୃହ ତ୍ୟାଗ କରିଥିଲେ।

ଏହାପରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ରାଗି ଯାଇ କହିଥିଲେ, ଆଜି ଏଠାରେ ଯାହା ଘଟିଛି ତାହା ଠିକ୍‌ ନୁହେଁ । ଏଠାରେ ମୋତେ ନୁହେଁ, ବରଂ ଚେୟାରମ୍ୟାନ ପଦକୁ ବିରୋଧୀ ଦଳର ନେତା ଅସମ୍ମାନ କରୁଛନ୍ତି । ସେମାନେ ମୋତେ ପ୍ରତିଦିନ ଅପମାନିତ କରୁଛନ୍ତି । ଏଭଳି ପରିସ୍ଥିତିରେ, ମୁଁ ଏହି ଚେୟାରରେ ବସିପାରୁ ନାହିଁ କହି ସେ ଚେୟାର ଛାଡ଼ି ଉଠି ପଳାଇଥିଲେ । ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ମଧ୍ୟ ବିରୋଧୀଙ୍କ ଏହି ଆଚରଣକୁ ନିନ୍ଦନୀୟ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe