କନକ ବ୍ୟୁରୋ : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ୍ ଧନଖଡେଙ୍କ ଉପରେ କିଛିଦିନ ତଳେ ତାଙ୍କ ରାଜଭବନର ଓଏସଡି ପଦ ପାଇଁ ଖାଲି ପଡିଥିବା ପଦରେ ତାଙ୍କ ପରିବାର ଓ ସଂପର୍କୀୟଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଥିଲା ଏହାକୁ ନେଇ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରା ଆଜି କିଛି ଏମିତି ବୟାନ ଦେଇଛନ୍ତି ଯାହା କି ରାଜ୍ୟସରକାର ଓ ସେଠିକାର ରାଜ୍ୟପାଳଙ୍କ ଭିତରେ ଥିବା ସଂପର୍କକୁ ପଦାରେ ପକାଇଛି । ମହୁଆ କହିଛନ୍ତି କି, ଅଙ୍କଲ, ତୁମେ ରାଜଭବନରେ ଏକୁଟିଆ ନରହି ପୁରା ପରିବାର ଓ ଗାଁ ଲୋକଙ୍କୁ ନେଇ ଆସନ୍ତୁ ।
ଖାଲି ଏତିକି କହି ନାହାନ୍ତି ସେ ଆହୁରି ଆଗକୁ ଯାଇ କହିଛନ୍ତି ଯେ, ଅଙ୍କଲ ଖୋଲା ଖୋଲି ଭାବେ ତାଙ୍କ ପରିବାର ଓ ପରିଚିତ ଲୋକଙ୍କୁ ରାଜଭବନର ବିଶେଷ ପଦ କୋଷାଗାର (ଓଏସଡି) ରେ ନିଯୁକ୍ତି ଦେଇଛନ୍ତି ।
ମହୁଆ ରାଜ୍ୟପାଳଙ୍କୁ ଟ୍ୱିଟରରେ ବି ଟାର୍ଗେଟ୍ କରିଛନ୍ତି । ରାଜଭବନରେ ଓଏସଡି ପଦବୀରେ ରାଜ୍ୟପାଳଙ୍କ ପରିବାର ଓ ପରିଚିତ ଲୋକଙ୍କ ନାମ ବି କହିଛନ୍ତି ।
And Uncleji- while you’re at it- take the extended family you’ve settled in at WB RajBhavan with you. pic.twitter.com/a8KpNjynx9
— Mahua Moitra (@MahuaMoitra) June 6, 2021
“ପଶ୍ଚିମବଙ୍ଗର ଆଇନ ବ୍ୟବସ୍ଥା ଚିନ୍ତା ଜନକ” ରାଜ୍ୟପାଳଙ୍କ ଏଭଳି ଟ୍ୱିଟର ଉତ୍ତର ଦେବାକୁ ଯାଇ ମହୁଆ କହିଛନ୍ତି ଯେ “ଅଙ୍କଲଜୀ ପଶ୍ଚିମବଙ୍ଗର ଚିନ୍ତାଜନକ ସ୍ଥତି ଆପେ ସୁଧୁରିଯିବ , କ୍ଷମା କରି ଯଦି ଆପଣ ପଶ୍ଚିମବଙ୍ଗର ରାଜ୍ୟପାଳ ପଦରୁ ଉହୁରି ଯିବେ ।” ଏତିକିରେ କଥା ସରି ନଥିଲା । ମହୁଆ ଆଜି ରାଜ୍ୟପାଳଙ୍କ ଉପରେ କଠୋର ହୋଇ କହିଛନ୍ତି କି ରାଜ୍ୟପାଳ ପଦବୀ ଛାଡି ତୁମେ ଦିଲ୍ଲୀରେ ନୂଆ ଚାକିରୀ ଖୋଜ । ଯେମିତି କି, ଗୃହମନ୍ତ୍ରୀଙ୍କ ନିକଟରେ ପରାମର୍ଶଦାତା ଭାବେ ମହାମାରୀ ଭଳି ବିପଦ ସମୟରେ କିଭଳି ଲୁଚି ରହିହେବ ସେ ନେଇ ସେ ନେଇ ପରାମର୍ଶ ଦିଅ ।
କହିରଖୁ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ପଶ୍ଚିମବଙ୍ଗ ଟିଏମସି ସରକାର ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତାନ୍ତର ଓ ପରସ୍ପର ବିରୋଧୀ ମନ୍ତବ୍ୟ ଚଳିତ ନିର୍ବାଚନ ପୂର୍ବରୁ ଜାରି ରହିଛି ।