ଯୁବତୀଙ୍କ ମୁଣ୍ଡରୁ ପୁଣି ବାହାରିଲା ୭ଟି ଛୁ୍ଞ୍ଚି ,ପୂର୍ବରୁ ବାହାରି ସାରିଛି ୭୦ରୁ ଅଧିକ ଛୁଞ୍ଚି । ମୁଣ୍ଡରେ ଅଧିକ ଛୁଞ୍ଚି ଥିବା ନେଇ ସ୍କାନ ରିପୋର୍ଟରେ ଜଣାପଡ଼ିବା ପରେ ପୁଣି ଅପରେସନ

ଯୁବତୀଙ୍କ ମୁଣ୍ଡରୁ ପୁଣି ବାହାରିଲା ୭ଟି ଛୁ୍ଞ୍ଚି ,ପୂର୍ବରୁ ବାହାରି ସାରିଛି  ୭୦ରୁ ଅଧିକ  ଛୁଞ୍ଚି । ମୁଣ୍ଡରେ ଅଧିକ ଛୁଞ୍ଚି ଥିବା ନେଇ ସ୍କାନ ରିପୋର୍ଟରେ ଜଣାପଡ଼ିବା ପରେ ପୁଣି ଅପରେସନ

କନକବ୍ୟୁରୋ: ଯୁବତୀଙ୍କ ମୁଣ୍ଡରୁ ଛୁ୍ଞ୍ଚି ବାହାରିବା ଘଟଣା । ୭୦ରୁ ଅଧିକ ଛୁଂଚି ବାହାରିଥିବା ବେଳେ ଏବେ ପୁଣି ଭୀମସାରରେ ଅସ୍ତ୍ରୋପଚାର କରାଯାଇ ଛୁଂଚି ବାହାର କରାଯାଇଛି । ପ୍ରାୟ ୭ଟି ଛୁଂଚି ଯୁବତୀଙ୍କ ମୁଣ୍ଡରୁ କଢାଯାଇଛି । ସ୍କାନ ରିପୋର୍ଟରେ ଆହୁରି ଅଧକ ଛୁଂଚି ରହିଥିବା ଜଣାପଡିବା ପରେ ପୁଣି ଥରେ ଆରମ୍ଭ ଅସ୍ତ୍ରୋପଚାର କରାଯାଇଥିଲା । ଏକ ୧୦ ଜଣିଆ ଟିମ୍ ପୁଣିଥରେ ଏହି ସର୍ଜରୀ  କରି  ଛୁଂଚି ସବୁ ବାହାର କରିଛନ୍ତି । ସି-ଆର୍ମ ଟେକ୍ନୋଲୋଜିରେ ପରୀକ୍ଷା କରିବା ପରେ ଏହି ଛୁଂଚି ରହିଥିବା ଜଣାପଡିଛି । ସର୍ଜରୀ କରାଯିବା ପରେ ଯୁବତୀ ଜଣକ ଏବେ ସୁସ୍ଥ ରହିଥିବା ସ୍ପଷ୍ଟ କରିଛନ୍ତି ଭୀମସାର ନିର୍ଦ୍ଦେଶକ ଭାବଗ୍ରାହୀ ରଥ ।ଏହି ଘଟଣା ସମ୍ପୁର୍ଣ୍ଣ ବିରଳ ହୋଇଥିବା ବେଳେ ଆଗକୁ ମେହିକାଲ ସାଇନ୍ସରେ କେସ ଷ୍ଟଡି ହିସାବରେ ନିଆଯାଇପାରେ ବୋଲି କହିଛନ୍ତି ନିର୍ଦ୍ଦେଶକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe